ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳପରିଷଦର ଜରୁରୀକାଳୀନ ବୈଠକ

ବେଲଗୁଣ୍ଠା,୦୪/୦୬, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଅଧିନିୟମ ୨୦୨୬, ଆର୍ଥିକବର୍ଷ୨୦୨୬-୨୭ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଓ ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଦି ସମ୍ବନ୍ଧୀୟ ନିଷ୍ପତି ନିମନ୍ତେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳପରିଷଦର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି I ପରିଷଦର ନଗରପାଳ ଫିରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ସାଂସଦ ପ୍ରତିନିଧି ନାରାୟଣ ସାହୁ , ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ସମେତ ପାରିଷଦ ସିନି . ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାଶ, ଲିଜା ବେହେରା , ପ୍ରିୟମ୍ବଦା ସାମଲ , କାହ୍ନୁ ଚରଣ ସାହୁ , ପ୍ରଦୀପ କୁମାର ସେଠି , ପ୍ରଗତି ପାତ୍ର, ଏ . ଦିଲୀପ କୁମାର ଆଚରି , କେ . ସୁଜ୍ୟୋତି ସୁବୁଦ୍ଧି, ବିଶ୍ୱନାଥ ଦଳେଇ , ପ୍ରତିମା ସ୍ୱାଇଁ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I ଏଥିରେ ମୁଖ୍ୟତଃ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିବା ସଂଗେ ସଂଗେ ଜ୍ଞାନଦେବୀ ଉଦ୍ୟାନର ଉନ୍ନତିକରଣ , ସରକାରୀ ବସଷ୍ଟାଣ୍ଡ ନିମନ୍ତେ ଭୂମି ହସ୍ତାନ୍ତର , ଇ- ପାଠାଗାର ନିର୍ମାଣ ଓ ସ୍ୱାଗତ ଦ୍ୱାର ନିର୍ମାଣ ଆଦି ପ୍ରସଙ୍ଗରେ ନିଷ୍ପତି ଗ୍ରହଣ କରା ଯାଇଥିଲା I ବୈଠକ ଶେଷରେ ୪୨ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ ଓ ୮ ଜଣ ବିପଦ ସଂକୁଳ ଅବସ୍ଥାରେ ପାଇଖାନା ଆଦି ସଫେଇ କାର୍ଯ୍ୟରେ ନିଯୁକ୍ତ ସଫେଇ କର୍ମଚାରୀଙ୍କୁ ସୁରକ୍ଷା କିଟ ବିତରଣ କରାଯାଇଥିଲା। ପରିଶେଷରେ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ
ବେଲଗୁଣ୍ଠା ରୁ ଶିବରାମ ଚୌଧୁରୀ ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ



