ଓଡିଶା

ଚାଲିବନି ବନ୍ଧୁକ ସଂସ୍କୃତି : ୨ ବନ୍ଧୁକ ଓ ଜୀବନ୍ତ ଗୁଳି ସହ ୫ ଗିରଫ

ଗଞ୍ଜାମ ଜିଲ୍ଳା ଭଞ୍ଜନଗର ଉପଖଣ୍ଡରେ ଅପରାଧୀଙ୍କୁ ପୋଲିସର କଡ଼ା ଚେତାବନୀ। ଚାଲିବନି ବନ୍ଧୁକ ସଂସ୍କୃତି, ଜିରୋ ଟଲରାନ୍ସ ନୀତିରେ ହେବେ ଦମନ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାରୁଡ଼ା ଗ୍ରାମରେ ଆତଙ୍କ ଖେଳାଇଥିବା ୫ ଜଣ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଭଞ୍ଜନଗର ପୋଲିସ ଶୁକ୍ରବାର ଦିନ ବାରୁଡ଼ା ଗ୍ରାମରେ ଘଟିଥିବା ଏକ ବଡ଼ ଗଣ୍ଡଗୋଳ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡିପୂରର ଶତ୍ରୁଘ୍ନ ସାଇଁ, ରାଜେନ୍ଦ୍ର ନାୟକ, ଅନିଲ ନାୟକ, ରିତେଶ ସିଂ ଏବଂ ଲିଟୁ ସାମନ୍ତରା।ପୋଲିସ ଏମାନଙ୍କ ନିକଟରୁ ୨ଟି ବନ୍ଧୁକ, ୩ଟି ଜୀବନ୍ତ ଗୁଳି ଏବଂ ୨ଟି ବାଇକ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି ଘଟଣାକୁ ନେଇ ଭଞ୍ଜନଗର ଥାନାରେ ମାମଲା ନମ୍ବର ୫୭୧/୨୬ ରୁଜୁ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ ସାଇଁ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ପୂର୍ବରୁ ୧୪ଟି ମାମଲା ରହିଛି। ଅନ୍ୟ ଅଭିଯୁକ୍ତମାନଙ୍କର ମଧ୍ୟ କ୍ରିମିନାଲ୍ ରେକର୍ଡ ଥିବା ନେଇ ଆଶଙ୍କା କରାଯାଉଛି।ଗତ ୯ ତାରିଖ ଦିନ ଏହି ସଶସ୍ତ୍ର ଅଭିଯୁକ୍ତମାନେ ବାରୁଡ଼ା ଗ୍ରାମକୁ ଯାଇ ସନ୍ତୋଷ ସାହୁ ଏବଂ ତାଙ୍କ ପରିବାର ଲୋକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। କେବଳ ସେତିକି ନୁହେଁ, ସେମାନେ ଘରଦ୍ୱାର ଭାଙ୍ଗିବା ସହ ଗ୍ରାମ ଦାଣ୍ଡରେ ଖୋଲାଖୋଲି ଭାବେ ବନ୍ଧୁକ ଓ ମାରଣାସ୍ତ୍ର ଧରି ଆତଙ୍କରାଜ ଚଳାଇଥିଲେ। ଭୟରେ କୌଣସି ଗ୍ରାମବାସୀ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରିନଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏସଡିପିଓ (SDPO) ଡଃ ଦୀପକ କୁମାର ମିଶ୍ର ଏବଂ ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏହି ଗିରଫଦାରୀ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି। ବନ୍ଧୁକ ସଂସ୍କୃତି ଓ ଗୁଣ୍ଡାରାଜ୍ ବିଶ୍ୱାସ ରଖୁଥିବା ଅପରାଧୀଙ୍କୁ ଭଞ୍ଜନଗର ଉପଖଣ୍ଡରେ ସମ୍ପୂର୍ଣ୍ଣ ଦମନ କରାଯିବ ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଜାରି ରହିବ ବୋଲି ଏସଡିପିଓ ଦୃଢ଼ ଚେତାବନୀ ଦେଇଛନ୍ତି।

ଗଞ୍ଜାମ ରୁ ରଂଜିତ ଜେନାଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button