ଓଡିଶା

ଅନ୍ଧାର ହୋଇଗଲା ଦୁନିଆ: ଭୁଲ୍ ଚିକିତ୍ସାର ଶିକାର ହେଲେ ନୀଳକଣ୍ଠ, ଗୋଟିଏ ଆଖି ନଷ୍ଟ

ପୋଲସରା ୧୩/୦୬/୨୬ ଚିକିତ୍ସାର ତ୍ରୁଟି କାରଣ ରୁ ନଷ୍ଟ ହୋଇଯାଇଛି ଗୋଟିଏ ନିରୀହ ଲୋକର ଆଖି। ପରିଣତ ବୟସରେ ଅସହ୍ୟ ଯନ୍ତ୍ରଣାରେ ଶଯ୍ୟାରେ ପଡ଼ି ଛଟପଟ ହେଉଛନ୍ତି। ନିଜେ ଚଲାବୁଲା କରୁଥିବା ବୃଦ୍ଧ ବ୍ୟକ୍ତି ଆଜି ପୁଅବୋହୂଙ୍କ ଆସ୍ରୟ ବିନା ଶେଜରୁ ଉଠିପାରୁନାହାନ୍ତି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର କେନ୍ଦୁବାଡ଼ି ଗ୍ରାମର ନୀଳକଣ୍ଠ ରଥଙ୍କ କ୍ଷେତ୍ରରେ। ଡାକ୍ତର ଏଭଳି ଅସାଧାବନ ଚିକିତ୍ସା ଯୋଗୁଁ ବାପାଙ୍କ ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ କରିଛନ୍ତି ନିଳକଣ୍ଠଙ୍କ ପୁଅ ସୁଧୀର କୁମାର ରଥ। ବାପାଙ୍କୁ ନ୍ୟାୟ ପ୍ରଦାନ ଓ ଆଗାମୀ ଦିନରେ ଅନ୍ୟକେହି ଯେପରି ଏଭଳି ସମସ୍ୟାର ସମ୍ମୁଖୀନ ନହୁନ୍ତି, ତାକୁ ଦୃଷ୍ଟିରେ ରଖି ସେ ଆଇନର ସହାୟତା ନେବେ ବୋଲି କହିଛନ୍ତି। ସୁଧୀରଙ୍କ କହିବା ଅନୁଯାୟୀ, ନୀଳକଣ୍ଠଙ୍କ ବୟସ ୭୭। ପରିଣତ ବୟସରେ ମଧ୍ୟ ସେ ଠିକରେ ଚଲାବୁଲା କରିବା ସହ ଗାଁରେ ଯଜମାନ କାମ କରୁଥିଲେ । ଏପରିକି ବିବାହ, ବ୍ରତ ଆଦି କାର୍ଯ୍ୟ ସୁରୁଖୁରୁରେ କରି ପରିବାର ଆର୍ଥିକ ସହାୟତାରେ ସହଯୋଗ କରୁଥିଲେ । ଗତ କିଛିଦିନ ତଳେ ବାପା ନିଳକଣ୍ଠ ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ତାଙ୍କୁ ନେଇ ଚଳିତ ମାସ ୪ ତାରିଖରେ ହିଞ୍ଜିଳିକାଟୁ ଉପକଣ୍ଠରେ ଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ନୀଳକଣ୍ଠଙ୍କ ଚିକିତ୍ସା କରିଥିଲେ ଡାକ୍ତର ରାକେଶ ଚନ୍ଦ୍ର ରାଉତ। ଚକ୍ଷୁ ପରୀକ୍ଷା ପରେ କିଛି ମେଡିସିନ୍ ଖାଇବାକୁ ଏବଂ କିଛି ମେଡିସିନ୍ ଆଖିରେ ପକାଇବାକୁ ଦେଇଥିଲେ। ୧୦ ଦିନ ପରେ ପୁଣିଥରେ ହସ୍ପିଟାଲ ଆଣି ଦେଖାଇବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ମେଡିସିନ ମଧ୍ୟ ସମ୍ପୃକ୍ତ ହସ୍ପିଟାଲରେ ଥିବା ଔଷଧ ଦୋକାନରୁ କିଣିବାକୁ କୁହାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ କିଣି ଘରକୁ ଫେରିଥିଲେ। ମେଡିସିନ ଆଖିରେ ପକାଇବା ପରେ ନୀଳକଣ୍ଠ ଅଧିକ ଯନ୍ତ୍ରଣା ଅନୁଭବ କରିଥିଲେ। ଡାହାଣ ପଟ ଆଖି ଫୁଲିବା ସହ ଧିରେ ଧିରେ କଳା ପଡ଼ିବାରେ ଲାଗିଥିଲା। ୪ଦିନ ପରେ ଅସହ୍ୟ ପିଡ଼ାରେ ଛଟପଟ ହୋଇଥିଲେ। ପରିବାର ଲୋକ ବାଧ୍ୟହୋଇ ତାଙ୍କୁ ନେଇ ଗତ ୯ ତାରିଖରେ ପୁଣିଥରେ ସମ୍ପୃକ୍ତ ମେଡିକାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଶ୍ରୀ ରାଉତ ପୁଣିଥରେ ନୀଳକଣ୍ଠଙ୍କ ଚିକିତ୍ସା କରିଥିଲେ। ଆଉକିଛି ମେଡିସିନ ବ୍ୟବହାର କରିବାକୁ କହିଥିଲେ। ପୂର୍ବ କଷ୍ଟ ଯନ୍ତ୍ରଣାରୁ ଅଧିକ ଯନ୍ତ୍ରଣା ହେବା ଏବଂ ଡାକ୍ତର ଙ୍କ ଚିକିତ୍ସା ପ୍ରତି ସନ୍ଦେହ ହେବାରୁ ପରିବାର ଲୋକ ସେଠାରୁ ବ୍ରହ୍ମପୁର ଯାଇ ଅନ୍ୟଏକ ଘରୋଇ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇଥିଲେ। ସେଠାରେ ବିଶେଷଜ୍ଞ ପରୀକ୍ଷାନିରୀକ୍ଷା କରି ନୀଳକଣ୍ଠଙ୍କ ବାମ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କହିଥିଲେ। ପରିବାରେ ଲୋକ ଏଥିରେ ହତାବାକ ହୋଇଯାଇଥିଲେ। କାରଣ ପଚାରିବାରୁ ପୂର୍ବରୁ ବ୍ୟବହାର କରାଯାଇଥିବା ମେଡିସନ୍ ଯୋଗୁ ଆଖି ନଷ୍ଟ ହୋଇଯାଇଥିବା କହିଥିଲେ ବିଶେଷଜ୍ଞ ଆଖି ଡାକ୍ତର । ଏହାପରେ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ଯାଇ ଡାକ୍ତର ଶ୍ରୀ ରାଉତଙ୍କୁ ଭେଟିବାକୁ ଯାଇଥିଲେ ସୁଧୀର। ଅଥଚ ଡାକ୍ତରଙ୍କ ଦେଖା ମିଳିନଥିଲା। ଶେଷରେ ନିରାଶ ହୋଇ ଘରକୁ ଫେରିଥିଲେ। ପରିଣତ ବୟସରେ ବାପାଙ୍କ ଏଭଳି ଅବସ୍ଥା ଦେଖି ଦୁଃଖରେ ଭାଙ୍ଗିପଡ଼ିଛନ୍ତି ପୁରା ପରିବାର। ପରିଣତ ବୟସରେ ନିଳକଣ୍ଠ ଲୋକଙ୍କ ବିଭିନ୍ନ କାର୍ଯ୍ୟରେ ନିଜର ଉତ୍ତମ ସମ୍ପର୍କ ସ୍ଥାପନ କରୁଥିବା ବେଳେ ଆଜି ଭୁଲ୍ ଚିକିତ୍ସା ଯୋଗୁଁ ଆଖିରେ ଅନ୍ଧପୁଟୁ ଧରି ନିଜ ଭାଗ୍ୟ ଆଦରି ଆଇନର ଆଶ୍ରୟ ନେବାକୁ ଅଡ଼ି ବସିଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ପଚାରିବାର ପକ୍ଷରୁ ସମ୍ପୃକ୍ତ ଡାକ୍ତର ଶ୍ରୀ ରାଉତଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନାହିଁ ।

ବ୍ରହ୍ମପୁର ରୁ ରଜନୀ କାନ୍ତ ପାତ୍ର ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button