ଓଡିଶା
ଲକ୍ଷ୍ନୌ ଅଲୀଗଞ୍ଜରେ ଥିବା କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ୧୫ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଲେ
- ଆଜି ଲକ୍ଷ୍ନୌ ଅଲୀଗଞ୍ଜରେ ଥିବା ଏକ କୋଚିଂ ସେଣ୍ଟରରେ ଭୟଙ୍କର ନିଆଁରେ ପୋଡ଼ି ହୋଇ ଏପର୍ଯ୍ୟନ୍ତ ୧୫ ଜଣ ଛାତ୍ରଛାତ୍ରୀ ଜୀବନ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଲକ୍ଷ୍ନୌର ଅଲୀଗଞ୍ଜ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟର ଏବଂ ଗେମିଂ ଜୋନ୍ ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଛିl ବିଲ୍ଡିଂ ଭିତରେ ନିଆଁ ଚାରିଆଡ଼େ ବ୍ୟାପିଯିବାରୁ ଅନେକ ପିଲା ଫସି ରହିଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ କିଛି ଛାତ୍ରଛାତ୍ରୀ ବିଲ୍ଡିଂର ଉପର ମହଲାରୁ ତଳକୁ ଡେଉଁଥିବାର ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି ।ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି ଏହି ଦୁର୍ଘଟଣା ବିଷୟରେ ଶୁଣିବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ଗସ୍ତ ବାତିଲ କରିଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ବଡ଼ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି



