ଶ୍ରାବଣ ପ୍ରଥମ ସୋମବାର: ଭକ୍ତିର ଅନନ୍ୟ ଉଦାହରଣ, ଗଡ଼ି ଗଡ଼ି ଭଞ୍ଜନଗର ବାବା ବାଞ୍ଚେଶ୍ୱରଙ୍କ ପୀଠରେ ଜଳାଭିଷେକ କଲା ୧୦ ବର୍ଷର ଶିଶୁ କାଉଡ଼ିଆ
ନିଷ୍ଠା ଓ ଶିବଭକ୍ତି ଆଗରେ ହାର ମାନିଲା ବୟସ: ଗଡ଼ି ଗଡି ଶିବଲିଙ୍ଗରେ ଜଳ ଢାଳିଲା ଛୋଟ କାଉଡ଼ିଆ

ଭଞ୍ଜନଗର ୦୩/୦୮:ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ସାରା ରାଜ୍ୟର ବିଭିନ୍ନ ଶିବପୀଠରେ ଭକ୍ତଙ୍କ ଗହଳି ଜମିଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବାବା ବାଞ୍ଚେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି ଭକ୍ତି ଓ ସମର୍ପଣର ଏକ ଅନନ୍ୟ ଦୃଶ୍ୟ। ମାତ୍ର ୧୦ ବର୍ଷର ଜଣେ ଶିଶୁ କାଉଡ଼ିଆ ପ୍ରଭୁ ଭୋଲାନାଥଙ୍କ ପ୍ରତି ନିଜର ଅସୀମ ଭକ୍ତି ପ୍ରଦର୍ଶନ କରି ଗଡ଼ି ଗଡ଼ି ମନ୍ଦିରରେ ପହଞ୍ଚି ବାବା ବାଞ୍ଚେଶ୍ୱରଙ୍କ ଶିରରେ ଜଳ ଅର୍ପଣ କରିଛି। ଛୋଟ ବୟସରେ ଏପରି କଠିନ ନିଷ୍ଠା ଓ ଦୃଢ଼ ସଂକଳ୍ପ ଦେଖି ମନ୍ଦିର ପରିସରରେ ଉପସ୍ଥିତ ସମସ୍ତ ଶିବଭକ୍ତ ଓ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହେବା ସହ ଶିଶୁଟିର ଭକ୍ତିଭାବକୁ ଭୂୟସୀ ପ୍ରଶଂସା କରିଛନ୍ତି। କୋମଳ ବୟସରେ ଅସହ୍ୟ ପରିଶ୍ରମ ଓ କଠିନ ନିୟମ ପାଳନ କରି ରାସ୍ତାରେ ଗଡ଼ି ଗଡ଼ି ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରିବା । ବାବା ବାଞ୍ଚେଶ୍ୱରଙ୍କ ପୀଠରେ ଚଳଚଞ୍ଚଳ: ଶ୍ରାବଣ ପ୍ରଥମ ସୋମବାର ହୋଇଥିବାରୁ ରାତି ପାହିବା ଦିନଠାରୁ ହର ହର ମହାଦେବ ଓ ବୋଲ୍ବମ୍ ଡାକରେ ପ୍ରକମ୍ପିତ ହୋଇଥିଲା ଭଞ୍ଜନଗରର ପ୍ରସିଦ୍ଧ ବାବା ବାଞ୍ଚେଶ୍ୱର ମନ୍ଦିର।ଶିଶୁ କାଉଡ଼ିଆ ସାଜିଲା ଆକର୍ଷଣର କେନ୍ଦ୍ରବିନ୍ଦୁ: କାଉଡ଼ିଆ ଭେଷରେ ଥିବା ଏହି ୧୦ ବର୍ଷର ଶିଶୁଟିର ‘ପଠା ପଡ଼ିବା’ ଦୃଶ୍ୟ ସମସ୍ତଙ୍କ ମନରେ ଶିବଭକ୍ତିର ଏକ ନୂତନ ଉଦ୍ଦୀପନା ଭରିଦେଇଥିଲା।
ଗଞ୍ଜାମ ରୁ ରଂଜିତ ଜେନା ଙ୍କ ରିପୋର୍ଟ



