ରାଜନୀତି

ରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବିଜୟ; ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ: ତାମିଲନାଡୁରେ ଝୁଲା ବିଧାନସଭା ରାୟ ଆସିବାପ‌ରେ ଗତ କିଛି ଦିନ ଧରି ରାଜ୍ୟରେ ଯେଉଁ ରାଜନୈତିକ ଅନିଶ୍ଚିତତା ଲାଗି ରହିଥିଲା ଆଜି ତା’ର ଅନ୍ତ ଘଟିଛି। ବିଜୟ ତାଙ୍କ ପ୍ରଥମ ରାଜନୈତିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଟିଭିକେ (ତାମିଲଗା ଭେଟ୍ଟ୍ରି କାଝାଗମ) ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରି ପାରିଛି। ଆସନ୍ତାକାଲି ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଚେନ୍ନାଇରେ ଏକ ଭବ୍ୟ ସମାରୋହରେ ସେ ଶପଥ ଗ୍ରହଣ କରିବେ।

ବିଜୟଙ୍କ ଦଳ ଟିଭିକେ ତାମିଲନାଡ଼ୁରେ ଦୀର୍ଘ ୫୦ ବର୍ଷର ଦ୍ରାବିଡ଼ ଗଡ଼ ଭାଙ୍ଗି ୧୦୮ ଆସନରେ ବିଜୟୀ ହୋଇଥିଲା।

ଏହା ଏକକ ବୃହତ୍ତମ ଦଳ ହୋଇଥିଲେ ସୁଦ୍ଧା ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୮ ଠାରୁ ଦଳ ପଛରେ ଥିବାରୁ ସରକାର ଗଠନରେ ବାଧା ଉପୁଜିଲା। ବିଜୟ ସରକାର ଗଠନ ପାଇଁ ୨ ଥର ରାଜ୍ୟପାଳ ଆର୍ଲେକରଙ୍କୁ ଭେଟିଥିଲେ ମଧ୍ୟ ରାଜ୍ୟପାଳ ତାଙ୍କୁ ୨ ଥର ଯାକ ଫେରାଇ ଦେଇଛନ୍ତ। ୧୧୮ ବିଧାୟକଙ୍କ ଲିିଖିତ ସମର୍ଥନ ସହ ଆସିବାପାଇଁ ରାଜ୍ୟପାଳ ବିଜୟଙ୍କୁ କହିଥିଲେ। ଟିଭିକେ ଦଳ ୧୦୮ ଆସନରେ ବିଜୟୀ ହୋଇଥିଲେ ସୁଦ୍ଧା ବିଜୟ ୨ଟି ଆସନରେ ଜିତିଥିବାରୁ ସେ ଗୋଟିଏ ଆସନ ଛାଡ଼ିଦେଲେ ଦଳର ଆସନ ସଂଖ୍ୟା ୧୦୭କୁ କମିଯାଉଛି। ‌

ତେଣୁ କଂଗ୍ରେସ ସମର୍ଥନ ସହ ବିଜୟଙ୍କ ପାଖରେ ପ୍ରଥମେ ୧୧୨ ଜଣ ବିଧାୟକଙ୍କ ସମର୍ଥନ ଥିଲା। ଏବେ ଭିସିକେ, ସିପିଆଇ ଏବଂ ସିପିଏମ୍‌ ଟିଭିକେକୁ ସମର୍ଥନ କରିବାଦ୍ବାରା ଦଳର ସଂଖ୍ୟା ୧୧୮ରେ ପହଞ୍ଚିଛି। ସିପିଏମ୍‌ ସାଧାରଣ ସମ୍ପାଦକ ଏମ୍‌ଏ ବେବି ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସିପିଆଇ, ସିପିଏମ୍‌ ଏବଂ ଭିସିକେର ମିଳିତ ଭାବେ ରାଜ୍ୟ ବିଧାନସଭାରେ ୬ ବିଧାୟକ ଥିବାବେଳେ ସମସ୍ତେ ବିଜୟଙ୍କୁୂ ସରକାର ଗଠନ ପାଇଁ ସହଯୋଗ କରିବେ। ଏହାଫଳରେ ବିଧାସନଭାରେ ସଂଖ୍ୟା ଖେଳ ପଲଟିଯାଇଛି ଏବଂ ସରକାର ଗଠନ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାହା ଶେଷ ହୋଇଛି। ଶେଷରେ ବିଜୟ ହିଁ ତାମିଲନାଡ଼ୁରେ ସରକାର ଗଠନ କରିବେ।

ଉ‌‌ଲ୍ଲେଖଯୋଗ୍ୟ, ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ଫଳ ଆସିବାପରେ ବଡ଼ ଧରଣର ରାଜନୈତିକ ଡ୍ରାମା ଆରମ୍ଭ ‌ହୋଇଥିଲା। ୭ ବର୍ଷରେ ୩ ନିର୍ବାଚନ ଜିତିଥିବା ଡିଏମ୍‌କେ-କଂଗ୍ରେସ ମେଣ୍ଟ ନର୍ବାଚନ ଫଳ ଆସିବା ପ‌ରେ ଭାଙ୍ଗିଯାଇଛି। ଉଭୟ ଦଳ ପରସ୍ପର ବିରୋଧରେ ବିଶ୍ବାସଘାତ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ସର୍ତ୍ତମୂଳକ ଭାବେ ବିଜୟଙ୍କୁ ସମର୍ଥନର ହାତ ବଢ଼ାଇଛି। ଅନ୍ୟପକ୍ଷେ ଟିଭିକେ ମଧ୍ୟ ଭିସିକେ, ସିପିଆଇ ଏବଂ ସିପିଏମ୍‌ର ସମର୍ଥନ ପାଇଁ କଥାବାର୍ତ୍ତା କରିିଛି। ଶୁକ୍ରବାର ଅପରାହ୍ନ ସୁଦ୍ଧା ଏଥିପାଇଁ ୨ରାଉଣ୍ଡ୍‌ ବୈଠକ ହୋଇଛି। ସମର୍ଥନ ପତ୍ର ସହ ଏହି ନିଷ୍ପତ୍ତି ସଂକ୍ରାନ୍ତରେ ଜଣାଯାଇଛି ଏବଂ ଟିଭିକେ ଉପ ସାଧାରଣ ସମ୍ପାଦକ ସିଟି ନିର୍ମଳ କୁମାର ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ଏଥିସହ ମଧ୍ୟ ବିଜୟଙ୍କ ପ୍ରତି ଏଆଇଏମ୍ଆଇଏମ୍‌ର ଜଣେ ବିଧାୟକକ ଏବଂ ଟିଟିଭି ଦିନାକରନଙ୍କ ଦଳର ଜଣେ ବିଧାୟକଙ୍କ ସମର୍ଥନ କରିଛନ୍ତି। ଯଦିଓ ସେମାନେ ଔପଚାରିକ ଭାବେ ଏନେଇ ଘୋଷଣାା କରିନାହାନ୍ତି। ମିଳିଥିବା ସୂଚନାନୁଯାୟୀ ଆଗାମୀ ଟିଭିକେ ନେତୃତ୍ବାଧୀନ ସରକାରରେ ଭିସିକେ, ସିପିଏମ୍‌ ଏବଂ ସିପିଆଇ ଗୋଟିଏ ଲେଖାଏ ମନ୍ତ୍ରୀ ପଦ ପାଇବେ ଏବଂ କଂଗ୍ରେସ ଏହାର ସମର୍ଥନ ପାଇଁ ୨ଟି ପଦ ଆଶା କରୁଛି।

Leave a Reply

Your email address will not be published. Required fields are marked *

Back to top button