ଓଡିଶା

ପୁଣି ଜଣଙ୍କୁ ହତ୍ୟା; ଲୁଟ୍‌ପାଟ୍‌ ଉଦ୍ଦେଶ୍ୟରେ ଯୁବକଙ୍କୁ ପିଟିପିଟି ମାରିଦେଲେ ନିଶାଡ଼ି

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ବର୍ବର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜାରି ଥିବା ବେଳେ କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମରେ ଆଜି ଏକ ସମାନ ପ୍ରକାରର ଘଟଣା ଘଟିଛି। ଅଠାନ୍ତର ଛକରେ ଶୁକ୍ରବାର ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ରାକେଶ ମହାନ୍ତି (୪୨)।

ତେବେ ଦୁର୍ବୃତ୍ତମାନେ ନିଶାଗ୍ରସ୍ତ ଅବସ୍ଥାରେ ବିଭିନ୍ନ ସମୟରେ ନାରକୀୟ କାଣ୍ଡ ଘଟାଇ ଚାଲିଛନ୍ତି। ସେମାନଙ୍କ ନାମରେ ପୂର୍ବରୁ ଥାନାରେ ମାମଲା ଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି। ପୁଲିସ ଅଧିକ ତଦନ୍ତ ପରେ ଘଟଣା ଉପରୁ ପରଦା ହଟିବ।

ସୂଚନାଯୋଗ୍ୟ, ଗତକାଲି ପୂର୍ବାହ୍‌ଣ ପ୍ରାୟ ୧୧ଟାରେ ରାସ୍ତାରେ ସ୍କୁଟିରେ ଯାଉଥିବା ଦୁଇ ଜଣ ଯୁବତୀଙ୍କୁ ବାଇକ୍‌ରେ ଧକ୍କା ଦେବା ଅଭିଯୋଗରେ ଜିଆରପିରେ କାର୍ଯ୍ୟରତ ସୌମ୍ୟରଂଜନ ଏବଂ ତାଙ୍କର ସାଙ୍ଗ ଓମ୍‌ ପ୍ରକାଶ ରାଉତଙ୍କୁ ଆକ୍ରମଣ କରାଯାଇଥିଲା। ସୌମ୍ୟରଂଜନଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା, ଯେଉଁଥିରେ ସେ ଲହୁଲୁହାଣ ହୋଇଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ। ଏହି ଜଘନ୍ୟ ହତ୍ୟାକାଣ୍ଡ ସବୁ ସୀମା ଟପିଥିଲା। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ, ଶହଶହ ଲୋକ ବି ଛିଡ଼ା ହୋଇଥିଲେ। ଆଉ କିଛି ଯୁବକ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ବିଧା ଗୋଇଠା ମାରୁଥିଲେ। ହାତଗୋଡ଼ ବାନ୍ଧି ଲୁହାରେ ଓଲଟା ଟାଙ୍ଗି ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ରଡ୍‌, ଲାଠିରେ ପିଟିପିଟି ମାରିଦେ‌ଲେ। ଘଟଣା ଅତି ସମ୍ବେଦନଶୀଳ ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button