ପକ୍ଷ୍ୟପାତ ରୋଗରେ ପୀଡ଼ିତ ସ୍ୱାମୀଙ୍କୁ ଛାଡ଼ି ଚାଲିଗଲେ ପତ୍ନୀ, ମାନସିକ ଚାପରେ ସ୍ୱାମୀଙ୍କ ଆତ୍ମହତ୍ୟା
ଲକ୍ଷ୍ମୀପୁର, ୩୦/୦୫: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ମହେଶ୍ୱର ଖରା ନାମକ ଜଣେ ବ୍ୟକ୍ତି ନିଜ ଘରେଆତ୍ମହତ୍ୟା କରିଥିବାଅଭିଯୋଗହୋଇଛିସୂଚନାଅନୁସାରେ, ମହେଶ୍ୱର ଖରା କିଛିଦିନ ତଳେ ପକ୍ଷ୍ୟପାତ ରୋଗରେ ଆକ୍ରାନ୍ତହୋଇଥିଲେ। ତାଙ୍କର ପତ୍ନୀ ଓ ଚାରି ଝିଅଙ୍କୁ ନେଇ ସେ କଷ୍ଟେମଷ୍ଟେ ପରିବାର ଚଳାଉଥିଲେ। ତାଙ୍କ ଭାଇ ପାତଳେଶ୍ୱର ଖରା ମଧ୍ୟ ପରିବାରର ଦୈନନ୍ଦିନ ଖର୍ଚ୍ଚରେ ସହଯୋଗ କରୁଥିଲେ।
ଅଭିଯୋଗ ଅନୁଯାୟୀ,ପ୍ରାୟ ୨୦ ଦିନ ପୂର୍ବେ ମହେଶ୍ୱରଙ୍କ ପତ୍ନୀ ଚାରି ଝିଅଙ୍କୁ ନେଇ ଅନ୍ୟ ଜଣେ ବିବାହିତ ପୁରୁଷଙ୍କ ସହ ଚାଲିଯାଇଥିଲେ। ଏହାପରେ ମହେଶ୍ୱର ମାନସିକ ଭାବେ ଭାଙ୍ଗିପଡ଼ି ଚିନ୍ତାଗ୍ରସ୍ତ ରହୁଥିବା ପରିବାର ଲୋକେ କହିଛନ୍ତି।ଶନିବାର ଘରେ କେହି ନଥିବା ବେଳେ ସେ ଘର ଭିତରେ ରସି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ଲକ୍ଷ୍ମୀପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ପରେ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସ୍ୱାମୀଙ୍କ ଅସୁସ୍ଥତା ପରେ ପତ୍ନୀ ଅନ୍ୟ ଜଣଙ୍କ ସହ ଚାଲିଯିବା ଏବଂ ପରବର୍ତ୍ତୀ ସମୟରେ ଘଟିଥିବା ଏହି ଦୁଃଖଦ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।




