ଦେଶ ବିଦେଶ

ବିବାହ ପ୍ରସ୍ତାବକୁ ମନା କଲା ସଂପର୍କୀୟ ଭାଉଜ, ପ୍ରତିଶୋଧ ନେବାକୁ ଦେଢବର୍ଷର ପୁତୁରାକୁ କଚାଡି ମାରିଲା ଯୁବକ

ଫିରୋଜବାଦ : ଉତ୍ତରପ୍ରଦେଶ ଫିରୋଜବାଦ ଜିଲ୍ଲା ଶିକୋହାବାଦରେ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଯାଦବ କଲୋନୀରେ ଜଣେ ଯୁବକ ନିଜ ଦେଢ ବର୍ଷୟୀ ସଂପର୍କୀୟ ପୁତୁରାକୁ ରାସ୍ତା କଚାଡି ହତ୍ୟା କରିଛି । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଫରେନ୍ସିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ଖବର ମୁତାବକ, ଫିରୋଜବାଦ ଶିକୋହାବାଦ ଯାଦବ କଲୋନୀରେ ଜଣେ ଯୁବକ ସଂପର୍କୀୟ ଭାଉଜକୁ ବିବାହ ପ୍ରସ୍ତାବ ଦେଇଥିଲେ । ଭାଉଜ ପ୍ରସ୍ତାବରେ ରାଜି ନ ହେବାରୁ ନିରାଶ ହୋଇ ଦେଢ ବର୍ଷର ପୁଅକୁ ରାସ୍ତାରେ ଥରେ ନୁହେଁ ୮ ଥର କଚାଡି ହତ୍ୟା କରିଛି । ଏହାର ଫୁଟେଜ ସିସିଟିଭିରେ କଏଦ ହୋଇଛି । ଫରେନ୍ସିକ ଟିମ ଏବଂ ପୋଲିସ ଅଧିକାରୀ ଫୁଟେଜ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଏଭଳି ଘଟଣା ଶନିବାରରେ ଘଟିଛି । ପୀଡିତ ମହିଳା ଜଣକ ନିଜ ମାଙ୍କ ସହିତ ସ୍ବାମୀ ଉପରେ କେସ୍ କରିବା ମାମଲାରେ ଆଇନଗତ ରାୟ ନେବାକୁ ଶିକୋହାବାଦ ଆସିଥିଲେ । ତେବେ ସନ୍ଧ୍ୟା ହେବା କାରଣରୁ ଓକିଲ ସହିତ ଦେଖା ହୋଇପାରିନଥିଲା । ତେଣୁ ସେ ଯାଦବ କଲୋନୀ ସ୍ଥିତ ନିଜ ମାଙ୍କ ସାଙ୍ଗ ଘରେ ରହିଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ମୋବାଇଲ ଲୋକେସନ ଟ୍ରାକ କରି ସେଠାରେ ପହଞ୍ଚିଥିଲେ । ମହିଳା ଜଣକ ନିଜ ସ୍ବାମୀକୁ ଛାଡପତ୍ର ଦେଇ ଯୁବକଙ୍କୁ ବିବାହ କରିବା ପାଇଁ ନିଜେ ଯୁବକ ଚାପ ପକାଇଥିଲେ । ଏହାକୁ ମହିଳା ଜଣକ ମନା କରିବା ପରେ ଦେଢ ବର୍ଷର ପୁଅକୁ ଘର ବାହାରକୁ ନେଇ ଶୂନଶାନ ସଡ଼କରେ କଚାଡି ମାରିଥିଲା ।

ଏହି ଘଟଣାରେ ଫୁଟେଜ ସିସିଟିଭିରେ କଏଦ ହୋଇଛି । ସିସିଟିଭିରେ ଦେଖିବାକୁ ମିଳିଛି କି, ଯୁବକ ଜଣକ ଦେଢବର୍ଷର ଛୁଆକୁ ରାସ୍ତାରେ କପଡା ପିଟିବା ଭଳି ପିଟି ପିଟି ହତ୍ୟା କରିବା ପରେ ଘର ବାହାରେ ମୃତଦେହ ଛାଡି ଫେରାର ହୋଇଯାଇଥିଲା । ପୋଲିସକୁ ସୂଚନା ମିଳିବା ପରେ ଘଟଣା ସ୍ଥଳରେ ପହଞ୍ଚି ଫାୟାରିଂ କରି ଧରିଛି ।

Leave a Reply

Your email address will not be published. Required fields are marked *

Back to top button