ଓଡିଶା
କୋରାପୁଟରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଲୋକେ, ବ୍ରେକ୍ ଫେଲ୍ ହୋଇ ଗ୍ୟାସ ଏଜେନ୍ସି ଉପରକୁ ମାଡ଼ିଗଲା ଟ୍ରକ

-
କୋରାପୁଟ ସହରରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି।ଏକ ମାଲବାହୀ ଟ୍ରକର ବ୍ରେକ୍ ହଠାତ୍ ଫେଲ୍ ହୋଇଯିବାରୁ ଏହା ଏକ ଏଚପି ଗ୍ୟାସ ଏଜେନ୍ସି ଭିତରକୁ ମାଡ଼ିଯାଇଥିବା ଘଟଣା ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ଟ୍ରକଟି ଛତିଶଗଡ଼ରୁ ବିଶାଖାପାଟଣା ଅଭିମୁଖେ ମାଲପରିବହନ କରୁଥିବା ବେଳେ ଏହି ଦୁର୍ଘଟଣାଘଟିଥିଲା। ନିୟନ୍ତ୍ରଣ ହରାଇଥିବା ଟ୍ରକଟି ରାସ୍ତା କଡ଼ରେ ଥିବା ଏଚପି ଗ୍ୟାସ ଏଜେନ୍ସି ଉପରକୁ ଚଢ଼ିଯାଇଥିଲା। ଉକ୍ତ କୋଠାର ତଳ ମହଲାରେ ଗ୍ୟାସ ଏଜେନ୍ସି ଥିବା ବେଳେ ଉପର ମହଲାରେ HDFC Bank ସମେତ ଅନ୍ୟାନ୍ୟ ବ୍ୟାଙ୍କର କାର୍ଯ୍ୟାଳୟ ରହିଛି।ଦୁର୍ଘଟଣା ସମୟରେ ବ୍ୟାଙ୍କକୁ ଆସିଥିବା ଗ୍ରାହକମାନେ ରାସ୍ତା କଡ଼ରେ ନିଜ ଗାଡ଼ି ରଖିଥିଲେ। ବ୍ରେକ୍ ଫେଲ୍ ହୋଇଥିବା ଟ୍ରକଟି ପ୍ରାୟ ୧୫ରୁ ଅଧିକ ମୋଟରସାଇକେଲକୁ ଧକ୍କା ଦେଇ ଚୁରମାର କରିଦେଇଥିଲା ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ପ୍ରାଣହାନି କିମ୍ବା ଗୁରୁତର ଆହତ ହେବାର ଖବର ମିଳିନାହିଁ। ତେବେ ଗ୍ୟାସ ଏଜେନ୍ସି ଉପରକୁ ଟ୍ରକ ମାଡ଼ିଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଓ କ୍ଷୟକ୍ଷତିର ଆକଳନ ପାଇଁ ଅଧିକ ତଦନ୍ତ ଜାରି



