ସାମ୍ବାଦିକଙ୍କ ବିୟୋଗରେ ଶୋକାକୁଳ ପରିବେଶ: ଦୁଃଖଦ ସମୟରେ ପରିବାର ପାଖରେ ଠିଆ ହେଲା ‘କବି ସମ୍ରାଟ ମିଡ଼ିଆ କ୍ଲବ’

ଭଞ୍ଜନଗର ୦୪/୦୬ ଭଞ୍ଜନଗର ଅଞ୍ଚଳର ଜଣେ ଜଣାଶୁଣା ତଥା ନିର୍ଭୀକ ପ୍ରମେୟ ଖବର କାଗଜ ର ସାମ୍ବାଦିକ ପବିତ୍ର କୁମାର ଗୌଡ଼ ଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ସାମ୍ବାଦିକଙ୍କ ଏହି ଶୋଚନୀୟ ମୃତ୍ୟୁରେ ଭଞ୍ଜନଗରର ଅଗ୍ରଣୀ ପ୍ରେସ୍ ସଂଗଠନ ‘କବି ସମ୍ରାଟ ମିଡ଼ିଆ କ୍ଲବ’ର ସଭାପତି ପ୍ରଦୀପ କୁମାର ସ୍ୱାଇଁ ସମ୍ପାଦକ ଚିନ୍ମୟ ଵେବ୍ରାର୍ତ୍ତ ସମାଜ ସେବୀ ଜଗୁ ପାଣିଗ୍ରାହୀ ଶ୍ରୀ ନ୍ୟୁଜ ର ସାମ୍ବାଦିକ ରଂଜିତ ଜେନା ସମସ୍ତ କର୍ମକର୍ତ୍ତା ଓ ସାମ୍ବାଦିକ ଭାଇମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଏହି କଠିନ ସମୟରେ କେବଳ ଶୋକ ବ୍ୟକ୍ତ ନକରି, ମାନବିକତା ଓ ଭ୍ରାତୃଭାବର ପରିଚୟ ଦେଇଛନ୍ତି କବି ସମ୍ରାଟ ମିଡ଼ିଆ କ୍ଲବର ସଦସ୍ୟମାନେ। ସ୍ୱର୍ଗତ ସାମ୍ବାଦିକଙ୍କ ପରିବାରର ଦୁଃଖରେ ସମଦୁଃଖୀ ହେବା ସହ କ୍ଲବର ସମସ୍ତ ସାମ୍ବାଦିକ ଭାଇମାନେ ମିଳିତ ଭାବେ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଏହାସହ ପରିବାରର ଆର୍ଥିକ ଅଭାବକୁ ଦୃଷ୍ଟିରେ ରଖି ସଂଗଠନ ପକ୍ଷରୁ ସହଯୋଗର ହାତ ବଢ଼ାଯାଇଛି ଏବଂ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। କବି ସମ୍ରାଟ ମିଡ଼ିଆ କ୍ଲବର ସଦସ୍ୟମାନେ ପ୍ରକାଶ କରିଛନ୍ତି ଯେ, “ଜଣେ ସାମ୍ବାଦିକ ସବୁବେଳେ ସମାଜର ସମସ୍ୟାକୁ ଲୋକଲୋଚନକୁ ଆଣିଥାଏ, କିନ୍ତୁ ଆଜି ଆମ ସାମ୍ବାଦିକ ପରିବାରର ଜଣେ ସଦସ୍ୟ ଆମକୁ ଛାଡ଼ି ଚାଲିଯାଇଛନ୍ତି। ଏହି ସମୟରେ ତାଙ୍କ ପରିବାରକୁ ସହଯୋଗ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।”କ୍ଲବ ପକ୍ଷରୁ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରାଯିବା ସହ ଆଗାମୀ ଦିନରେ ମଧ୍ୟ ପରିବାରକୁ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ସାମ୍ବାଦିକ ଭାଇମାନଙ୍କର ଏଭଳି ମହତ କାର୍ଯ୍ୟ ଏବଂ ପରିବାର ପ୍ରତି ଥିବା ସହାନୁଭୂତିକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।
ଗଞ୍ଜାମ ରୁ ରଂଜିତ ଜେନା ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ



