ଓଡିଶା

ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

ବେଲଗୁଣ୍ଠା,୦୫/୦୬, ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୁତୁମୁସର ରୋଡ୍ ପାର୍ଶ୍ୱରେ ଥିବା ଆଦର୍ଶ ଶ୍ମଶାନ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ନଗରପାଳ ଫିରୋଜ୍ କୁମାର ସେଠୀଙ୍କ ସମେତ କାଉନସିଲର ଦିବ୍ୟ ରଞ୍ଜନ ଦାଶ,ପ୍ରଦୀପ କୁମାର ସେଠୀ,ବିଶ୍ଵନାଥ ଦଳାଇ, ପାରିଷଦ ପ୍ରତିନିଧି ସନ୍ତୋଷ ସ୍ୱାଇଁ,ସୋମନାଥ ବେହେରା,ରଞ୍ଜିତ କୁମାର ସାମଲ, ଯୁବ ସାମ୍ବାଦିକ ଶିବରାମ ଚୌଧୁରୀଙ୍କ ସମେତ ପରିଷଦର ସମସ୍ତ କର୍ମଚାରୀ,ସ୍ୱଚ୍ଛ ସାଥୀ, ସୁପର୍ଭାଇଜର୍,ସ୍ଵୟଂସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ସରକାରଙ୍କ ପକ୍ଷରୁ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚଳିତ ବର୍ଷ ୧୫୦୦ ଚାରା ରୋପଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ତହସିଲ କାର୍ଯ୍ୟାଳୟ,ସରକାରୀ ନୋଡାଲ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ,ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବଂ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପରିସରରେ ବୃକ୍ଷ ରୋପଣ କରାଯିବାର ଯୋଜନା ରହିଛି। କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ପ୍ରଫୁଲ୍ଲ କୁମାର ଷଡଙ୍ଗୀ ପରିଚାଳନା କରିଥିଲେ।

ବେଲଗୁଣ୍ଠା ରୁ ଶିବରାମ ଚୌଧୁରୀ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button