ଓଡିଶା
ମଦ୍ୟପ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା କାଢ଼ିନେଲା ଜୀବନ: ଅଶୋକ ଲେଲ୍ୟାଣ୍ଡ ଧକ୍କାରେ ସାଇକେଲ ଆରୋହୀ ବୃଦ୍ଧଙ୍କ ମୃତ୍ୟୁ!
Shreenewsodia#accidentbudili#

୭୬ ବର୍ଷ ବୟସ୍କ ଜଣେ ବୃଦ୍ଧ ନିଜ ସାଇକେଲ୍ରେ ବୁଦିଲୀରୁ ବାହାରି ଗୁଣ୍ଡିରୀବାଡି ଅଭିମୁଖେ ଯାଉଥିଲେ। ସେ ସ୍ୱାଭାବିକ ଭାବେ ନିଜ ବାଟରେ ଯାଉଥିବା ସମୟରେ ପଛପଟୁ ମାଡ଼ି ଆସିଥିଲା ଯମ ସଦୃଶ ଏକ ଅଶୋକ ଲେଲ୍ୟାଣ୍ଡ ଗାଡ଼ିନମ୍ବର ହେଉଛି ଓ ଡି 07ଏ ଏଫ ୬୫୯୯। ଗାଡ଼ିର ଚାଳକ ଜଣକ ସମ୍ପୂର୍ଣ୍ଣ ନିଶାଶକ୍ତ ଅବସ୍ଥାରେ ଥିବା ବେଳେ, ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବୃଦ୍ଧଙ୍କୁ ପଛପଟୁ ଜୋରଦାର ଧକ୍କା ଦେଇଥିଲେ।ଧକ୍କାଟି ଏତେ ଭୟଙ୍କର ଥିଲା ଯେ, ବୃଦ୍ଧ ଜଣକ ସାଇକେଲ ସହ ରାସ୍ତାରେ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ଦେହାନ୍ତ ହୋଇଯାଇଛି।ସରକାର ଓ ପ୍ରଶାସନର ଶହେ କଟକଣା ଏବଂ ‘ଡ୍ରଙ୍କ ଏଣ୍ଡ ଡ୍ରାଇଭ୍’ ଚେକିଂ ସତ୍ତ୍ୱେ, ମଦ୍ୟପ ଚାଳକମାନେ ଏତେ ବେପରୁଆ ହେଉଛନ୍ତି କେମିତି? ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କ ଜୀବନର ସୁରକ୍ଷା ଭଗବାନ ହିଁ କହିବେ
ଭଞ୍ଜନଗର ରୁ ସୁନୀଲ କୁମାର କର ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ ଓଡ଼ିଆ



