ଓଡିଶା
ଆସିକା ମୁଖ୍ୟ ଡାକଘରେ ଭୟାବହ ଅଗ୍ନିକାଣ୍ଡ: ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ନଷ୍ଟ
shreenewsodia#post#office#aska
ଆସିକା ୦୭/06/ଗଞ୍ଜାମ ଜିଲ୍ଲା ଆସିକା ସହରରେ ଥିବା ଡାକ ବିଭାଗ ର ମୁଖ୍ଯ କାର୍ଯ୍ଯାଳୟରେ ଆଜି ଅଗ୍ନିକାଣ୍ଡ ଘଟିଯାଇଛି । ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ଥିବା ବେଳେ ଆଜି ରବିବାର ହେତୁ କାର୍ଯ୍ଯାଳୟ ବନ୍ଦ ରହିଛି । କାର୍ଯ୍ୟାଳୟ ବନ୍ଦ ଥିବା ସତ୍ୱେ କିଭଳି ଭାବରେ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ସଟ ସର୍କିଟ ହେତୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଦମକଳ ବାହିନୀର କର୍ମଚାରୀ ମାନେ ପହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ବହୁ ମୁଲ୍ୟବାନ କାଗଜ ପତ୍ର ପୋଡି ନଷ୍ଟ ହୋଇଥିବାର ସୂଚନା ମିଳିଛି ।
ଗଞ୍ଜାମ ରୁ ରଂଜିତ ଜେନା ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ.



