ଓଡିଶା

ଯୁବକ କୁ ଛୁରୀରେ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ କୁ ଗିରଫ କଲା ପୋଲସି  

 

..କୋରାପୁଟ ୮/୦୬ଲକ୍ଷ୍ମୀପୁର ଥାନା ବଡ଼ଶଙ୍ଖା ଗ୍ରାମର ଆଦିବାସୀ ଯୁବକ ବିଟୁ ପ୍ରେପେକା କୁ ଲକ୍ଷ୍ମୀପୁର ସଦର ମହକୁମାରେ ଶନିବାର ଦିନ ଦୁଇ ଜଣ ଯୁବକ ଛୁରୀ ଭୁସି କ୍ଷତାକ୍ତ କରିବା ଘଟଣା ରେ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ….ଆକ୍ରମଣରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ ଦାବିରେ ରବିବାର ଦିନ  ବଡ ଶଙ୍ଖା ଗାଁ ର ଲୋକେ ଖୋଜାଖୋଜି କରି ନପାଇବାରୁ  ବଜାରରେ ଥିବା ତାଙ୍କ ବାପାଙ୍କର ଏବଂ ଅନ୍ୟ କିଛି ସମ୍ପର୍କୀୟ ଙ୍କ ର  ଦୋକାନ ବଜାର ଭଙ୍ଗାରୁଜା କରି  ଫିଙ୍ଗା ଫୋପଡ଼ା କରି ଜାତୀୟ ରାଜପଥରେ ନିଆଁ ଲଗାଇ ରାସ୍ତା ରୋକ କରିଥିଲେ। ଯାହା ଫଳରେ ପ୍ରାୟ ୪ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ପୋଲିସ ବୁଝା ସୁଝା କରିବା ସହ ଅଭିଯୁକ୍ତ କୁ ଗିରଫ କରାଯିବାର ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା । ତେବେ ଦୁଇ ଆକ୍ରମଣ କାରୀ ଲିପୁନ ଯାନୀ ଓ ଭଜମନ କୁଲଦୀପିଆ ଙ୍କ ମଧ୍ୟରୁ ପୁଲିସ ଲିପୁନ କୁ ଗିରଫ କରିଥିବା ବେଳେ ଶୀଘ୍ର ଭଜମନକୁ ଗିରଫ କରାଯିବ ବୋଲି କୋରାପୁଟ ଏସପି ଦାୟୀତ୍ବରେ ଥିବା ନବରଙ୍ଗପୁର ଏସପି କଶ୍ୟପ ପାର୍ଥ ଜଗଦୀଶ ଲକ୍ଷ୍ମୀପୁର ଥାନାରେ ସୂଚନା ଦେଇଥିଲେ। ପରିସ୍ଥିତି କାଳେ ଅଧିକ ଅଶାନ୍ତ ହେବ ସେଥିପାଇଁ ସାଢ଼େ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇ ଫ୍ଲାଗ ମାର୍ଚ କରାଯାଉଥିଲା ।  ସୋମବାର ମୁଖ୍ୟ ଅଭିଯୁକ୍ତ ତଥା ଆକ୍ରମଣକାରୀକୁ  ଗିରଫ କରି କୋର୍ଟ ଚାଲାଣ କରିଥିବା  ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ଲକ୍ଷ୍ମୀପୁର ଏସଡିପିଓ ମନୋଜ କୁମାର ବେହେରା।ଏନେଇଁ ଉଭୟ ଙ୍କ ନାମରେ ହତ୍ୟା ଉଦ୍ୟମ ଭଳି ସଂଗୀନ ମାମଲା ରୁଜୁ କରାଯାଇଛି।ବର୍ତମାନ ମଧ୍ୟ ପରିସ୍ଥିତି କୁ ଦେଖି ଫୋର୍ସ ମୃତୟନ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସକାଶେ  ଥାନା ଅଧିକାରୀ ସୁଜ୍ଞାନୀ ସାହୁ ନିବେଦନ କରିଛନ୍ତି…

 

Related Articles

Leave a Reply

Your email address will not be published. Required fields are marked *

Back to top button