ଓଡିଶା
ଚାଲାଣ ହେଉଥିବା ବିଦେଶୀ ମଦ କୁ ମାଡ଼ିବସିଲା ଖଲ୍ଲିକୋଟ ପୋଲିସ

ଖଲ୍ଲିକୋଟ ୦୮/୦୬ ଖଲ୍ଲିକୋଟ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ବେଆଇନ ମଦ କାରବାର ଉପରେ ପୋଲିସର ଶକ୍ତ ପ୍ରହାର। ସୂଚନା ଅନୁଯାୟୀ, ଏକ ଅଟୋ ସାହାଯ୍ୟରେ ବିପୁଳ ପରିମାଣର ବିଦେଶୀ ମଦ ଚାଲାଣ କରାଯାଉଥିବା ନେଇ ଖଲ୍ଲିକୋଟ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା।ଏହାପରେ ପୋଲିସ ତତ୍ପରତା ପ୍ରକାଶ କରି ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରିଥିଲା ଏବଂ ବେଆଇନ ମଦ ଚାଲାଣ କରୁଥିବା ଗାଡ଼ିକୁ ମାଡ଼ିବସିଥିଲା। ପୋଲିସ ସେହି ଅଟୋରୁ ପ୍ରାୟ ୫୦୦ରୁ ଅଧିକ ବୋତଲ ବିଦେଶୀ ମଦ ଜବତ କରିଛି, ଯାହାର ଆନୁମାନିକ ପରିମାଣ ୧୫୭.୪୪୦ ଲିଟର ବୋଲି ଜଣାପଡ଼ିଛି।ପୋଲିସ ମଦ ସହ ଅଟୋକୁ ଜବତ କରିବା ସହ ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ବେଆଇନ ମଦ କେଉଁଠାରୁ ଆସୁଥିଲା ଏବଂ କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏହି ର଼୍ୟାକେଟ୍ ପଛରେ ଆଉ କାହାର ହାତ ଅଛି, ତାହା ଖୁବ୍ଶୀଘ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ବିରୋ ରିପୋର୍ଟ ଶ୍ରୀ ନ୍ୟୁଜ



