ପ୍ରଧାନମନ୍ତ୍ରୀଙ୍କ ଦିର୍ଘାୟୁ କାମନା ପାଇଁ ମନ୍ତ୍ରୀଙ୍କ ପୂଜା ଓ ପ୍ରାର୍ଥନ
Shreenewsodia#gokulmallick#polosara

ବ୍ରହ୍ମପୁର ୧୧/୦୬ପୋଲସରା ପୌର ପରିଷଦ ଅନ୍ତର୍ଗତ ଦିବ୍ୟ ଜୀବନ ସଙ୍ଘ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ସମର୍ପିତ ୧୨ ବର୍ଷ ପୂର୍ତ୍ତି ଅବସରରେ ପୋଲସରା ନିର୍ବାଚନ ମଣ୍ଡଳୀ ପକ୍ଷରୁ “ସଂକଳ୍ପରୁ ସିଦ୍ଧି” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ ଏବଂ ରାଷ୍ଟ୍ରସେବାରେ ଅବ୍ୟାହତ ସଫଳତା କାମନା ନିମନ୍ତେ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଓ ଶତାଧିକ ନେତା ଓ କର୍ମୀ ଦୀପ ଲଗାଇ ସ୍ୱତନ୍ତ୍ର ପୂଜା ଓ ପ୍ରାର୍ଥନା କରିଥିଲେ l ଦେଶର ସର୍ବାଧିକ ସମୟ ଧରି ଜନକଲ୍ୟାଣ ପାଇଁ ନିରନ୍ତର ଭାବେ ସମର୍ପିତ ପ୍ରଧାନମନ୍ତ୍ରୀ ଭାବରେ ଶ୍ରୀ ମୋଦୀ ଜୀଙ୍କ ୪,୩୯୯ ଦିନର ଐତିହାସିକ ଯାତ୍ରାକୁ ସ୍ମରଣ କରାଯିବା ସହ ତାଙ୍କର ଦୂରଦର୍ଶୀ ନେତୃତ୍ୱରେ ବିକଶିତ ଭାରତ ଗଠନର ସଂକଳ୍ପକୁ ଆହୁରି ସମର୍ଥନ କରାଯାଇଥିଲା।
ବ୍ରହ୍ମପୁର ରୁ ରଜନୀ କାନ୍ତ ପାତ୍ର ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ



