ଓଡିଶା

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ବଡ଼କୋଦଣ୍ଡା ଗ୍ରାମରେ କାୟା ମେଲାଉଛି ଜଣ୍ଡିସ ବା କାମଳ ରୋଗ । ଗତ ୪ ଦିନ ଭିତରେ ଗୋଟିଏ ସାହିରୁ ୬ ଜଣ ଶିଶୁ

ଗଞ୍ଜାମ  ୧୧/୦୬ ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡା ଗ୍ରାମରେ ଏବେ ଜଣ୍ଡିସ ବା କାମଳ ରୋଗକୁ ନେଇ ସୃଷ୍ଟି ହୋଇଛି ଆତଙ୍କର ପରିବେଶ । ପ୍ରବଳ ଗରମ ସାଙ୍ଗକୁ ଅସ୍ଵାସ୍ଥ୍ୟକର ପରିବେଶ କାରଣରୁ ଗାଁରେ ଦ୍ରୁତ ଗତିରେ ବ୍ୟାପୁଛି ଏହି ଜଳବାହିତ ରୋଗ । ମାତ୍ର ୪ ଦିନ ଭିତରେ ଗୋଟିଏ ସାହିରୁ ୬ ଜଣ ଶିଶୁ ଜଣ୍ଡିସରେ ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ଶିଶୁ କନ୍ୟା ଏବଂ ୩ ଜଣ ଶିଶୁ ପୁତ୍ର ଥିବା ଜଣାପଡ଼ିଛି । ଏକାଧିକ ଶିଶୁ ଜଣ୍ଡିସରେ ସଂକ୍ରମିତ ହେବା ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ତୁରନ୍ତ ବଡ଼କୋଦଣ୍ଡା ଗ୍ରାମରେ ପହଞ୍ଚିଛି । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ଘର ଘର ବୁଲି ସ୍ଥିତି ଅନୁଧ୍ୟାନ କରାଯାଉଛି । ସ୍ୱାସ୍ଥ୍ୟ ଟିମ୍ ପକ୍ଷରୁ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ରକ୍ତ ନମୁନା ଏବଂ ସାହିରେ ଥିବା ନଳକୂପ ତଥା ପାନୀୟ ଜଳର ଉତ୍ସଗୁଡ଼ିକରୁ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ତୁରନ୍ତ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇ ପରୀକ୍ଷା କରିବା ପରେ ଜଣ୍ଡିସ ଚିହ୍ନଟ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମଧ୍ୟରୁ ୪ ଜଣ ଶିଶୁ ସୁସ୍ଥ ହୋଇ ସାରିଥିବା ବେଳେ ଅନ୍ୟ ୨ ଜଣ ଶିଶୁ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି

ଗଞ୍ଜାମ ରୁ ରଂଜିତ ଜେନା ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button