ଓଡିଶା

ବିଶ୍ୱ ବ୍ରାହ୍ମଣ ସମାଜତରଫରୁ ପ୍ରତିଭା, ଆମ ଗୌରବ: ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବଅନୁଷ୍ଠିତ

ନିଖୂଳ ଉତ୍କଳ ଶୈବ ପାଞ୍ଚାଳ ବିଶ୍ୱ ବ୍ରାହ୍ମଣ ସମାଜ, ଖାଲସା ତାଲୁକା ଆସିକା ପକ୍ଷରୁ “ଆସନ୍ତୁ ଗଢ଼ିବା ସୁଶିକ୍ଷିତ ଓ ସଂସ୍କାରବାନ ପୀଢ଼ି” ଶୀର୍ଷକ ଏକ ଜ୍ଞାନମୂଳକ ଓ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ଅବସରରେ ସମାଜର ଉଚ୍ଚଶିକ୍ଷିତ ବ୍ୟକ୍ତିବିଶେଷ, ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦବୀରେ କାର୍ଯ୍ୟରତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ସଫଳତା ହାସଲ କରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଭଲ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଓଏଏସ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ମହିଳା ପ୍ରତିଭାଙ୍କୁ ମଧ୍ୟ ସମ୍ମାନ ଜଣାଇ ଉତ୍ସାହିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଶିକ୍ଷା, ସଂସ୍କାର ଓ ସାମାଜିକ ଉନ୍ନତିର ମହତ୍ତ୍ୱ ଉପରେ ଗଭୀର ଆଲୋଚନା ହୋଇଥିଲା। ଯୁବପିଢ଼ିଙ୍କୁ ନିଜ ପ୍ରତିଭା ଓ ପରିଶ୍ରମ ମାଧ୍ୟମରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସଫଳତାର ଶିଖର ଛୁଇଁବା ପାଇଁ ଅତିଥିମାନେ ପ୍ରେରଣା ଦେଇଥିଲେ।ଏହି ଅବସରରେ ଖାଲସା ତାଲୁକା ସଭାପତି ପି. ଚିଦାନନ୍ଦ ଆଚାରୀ କହିଥିଲେ ଯେ, “ସମାଜର ଯୁବକ ଓ ଯୁବତୀମାନେ ନିଜ ଦକ୍ଷତା ଓ ଜ୍ଞାନରେ ଆଗକୁ ବଢ଼ି ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ। ଏଭଳି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ନୂଆ ଦିଗ ଦେଖାଇବା ସହ ସମାଜର ସର୍ବାଙ୍ଗୀଣ ବିକାଶରେ ସହାୟକ ହେବ।”ଭବିଷ୍ୟତରେ ମଧ୍ୟ ଶିକ୍ଷା ଓ ସାମାଜିକ ବିକାଶକୁ ଗୁରୁତ୍ୱ ଦେଇ ଏଭଳି ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ ମତ ପ୍ରକାଶ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଏଏସ ବିଭୁଦତ୍ତ ଆଚାରୀ, ମୁଖ୍ୟବକ୍ତା ଭାବେ ଏସ. ନରସିଂହ ଆଚାରୀ, ବିଶିଷ୍ଟ ଅତିଥି ଭାବେ ଡ଼ି. ଶିବ ଶଙ୍କର ଆଚାରୀ, ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ( ଓ ଏସ ସି )କସ୍ତୁରୀ ଆଚାରୀ, ଡାକ୍ତର ଡ଼ି. ସୂର୍ଯ୍ୟ ରାଓ ଓ ଡାକ୍ତର ଡ଼ି. ଅଭିଷେକ ଷଡ଼ଙ୍ଗୀ ଆଚାରୀ ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମକୁ ଆର. ଚିଦାନନ୍ଦ ଆଚାରୀ ସୁଚାରୁ ରୂପେ ସଂଯୋଜନା କରିଥିଲେ। ସମାଜର ଶିକ୍ଷା, ସଂସ୍କାର ଓ ପ୍ରଗତିର ପଥକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହି ଆୟୋଜନ ଏକ ନୂତନ ଆଶାର ସଞ୍ଚାର କରିଛି।

ବିରୋ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button