ଓଡିଶା

ଭଞ୍ଜନଗରରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ ଓ ସାଇକେଲ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ୧୯ ବର୍ଷର ଯୁବକ ମୃତ୍ୟୁ

ଭଞ୍ଜନଗର ୧୫/୦୬ଭଞ୍ଜନଗରରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ ଓ ସାଇକେଲ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ୧୯ ବର୍ଷର ଯୁବକଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର-କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣକ ହେଲେ ଜାମପଲ୍ଲୀ ଗ୍ରାମର ୧୯ ବର୍ଷୀୟ ଚନ୍ଦନ ଗୌଡ। ଆଜି ଅପରାହ୍ନରେ ଚନ୍ଦନ ନିଜ ବାଇକ୍ ଯୋଗେ ଚକରାଘାଟି ବୁଲିଯିବା ପାଇଁ ବାହାରିଥିଲେ। ମାତ୍ର ନିଜ ଗ୍ରାମଠାରୁ ମାତ୍ର ୧ କିଲୋମିଟର ଦୂର ତୁଳସୀପଲ୍ଲୀ ଛକ ନିକଟରେ ହଠାତ୍ ଜଣେ ସାଇକେଲ ଚାଳକ ତାଙ୍କ ବାଇକ୍ ଆଗକୁ ଚାଲି ଆସିଥିଲେ। ଫଳରେ ଦୁହିଁଙ୍କ ମଧ୍ୟରେ ଜୋରଦାର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଉଭୟ ବାଇକ୍ ଚାଳକ ଓ ସାଇକେଲ ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଚନ୍ଦନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆହତ ସାଇକେଲ ଚାଳକ ଜଣକ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

 

ଗଞ୍ଜାମ ରୁ ରଂଜିତ ଜେନା ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button