ଭିଟାମାଟିକୁ ଫେରିଲେ ବାପା-ପୁଅ; ଦାଦନ ମୁଣ୍ଡରୁ ହଟିଲା ବନ୍ଧକର କଳାବାଦଲ, ଉଦ୍ଧାର କଲା ପୋଲିସ

ଗଜପତି ୧୭/୦୬( ଆର, ଉଦୟଗିରି-) ଦାଦନ ଖଟିବାକୁ ଯାଇଥିଲେ l ହେଲେ ମାଲିକ ଦ୍ୱାରା ବନ୍ଧକ ପଡ଼ିଲେ ବାପା ପୁଅ। ଆଠ ଦିନ ପରେ ପୋଲିସ ଉଦ୍ଧାର କରି ଗାଁ କୁ ଫେରାଇ ଆଣିଛି ବାପା ପୁଅ ଦୁହିଁଙ୍କୁ। ଏଭଳି ଘଟଣା ସାମ୍ନା କୁ ଆସିଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ ରଣାଲଇ ଗାଁ ରେ। ଗାଁ ର ବାପା ଶାନ୍ତିଏଲ୍ କରାଡ ଓ ପୁଅ ଗମଲିଆର କରାଡ ଆନ୍ଧ୍ରପ୍ରଦେଶ ର ତିରୁମାଲା ରେ ଶ୍ରୀ ସାଇ ସତ୍ୟ ହ୍ୟାଣ୍ଡଲୁମ୍ କମ୍ପାନୀ ରେ କାମ କରୁଥିଲେ। ଗତ କିଛି ଦିନ ପୂର୍ବରୁ ପତ୍ନି ଙ୍କ ଦେହ ଅସୁସ୍ଥ ଖବର ପାଇବା ପରେ ଗାଁ କୁ ଆସିବାକୁ ମାଲିକ ଙ୍କୁ ଛୁଟି ମାଗିଥିଲେ। ହେଲେ ମାଲିକ ଛୁଟି ନ ଦେଇ ଉଭୟ ବାପା ପୁଅ ଙ୍କୁ ଭିନ୍ନ ଭିନ୍ନ ସ୍ଥାନ ରେ ରଖି ମାଡ ମାରିବା ସହ ନିର୍ଯାତନା ଦେଇଥିଲେ। ଏ ସମ୍ପର୍କ ରେ ଆର୍ ଉଦୟଗିରି ଥାନା ରେ ଅଭିଯୋଗ କରିବା ପରେ ଏସଡିପିଓ ତିରୁପତି ପୋଲିସ ସହ ଯୋଗାଯୋଗ କରିଥିଲେ ପରେ ଉଭୟ ଓଡ଼ିଶା ଓ ତିରୁପତି ପୋଲିସ ର ସହାୟତା ରେ ବାପା ପୁଅ ଙ୍କୁ ଉଦ୍ଧାର କରି ନିଜ ଗାଁକୁ ଫେରାଇ ଆଣିଥିଲେ। ଯାହାକୁ ନେଇ ଆଜି ବନ୍ଧକ ରୁ ମୁକ୍ତ ହୋଇଥିବା ବାପା ପୁଅ ଙ୍କ ମୁହଁ ରେ ଖୁସିର ଲହରୀ ଖେଳିବା ସହ ପୋଲିସ ପ୍ରଶାସନ କୁ ଧନ୍ୟବାଦ୍ ଜଣାଇଛନ୍ତି।
ଗଜପତି ରୁ ମନୋଜ କୁମାର ପାଢ଼ୀ ଙ୍କ ରିପୋର୍ଟ



