ଓଡିଶା

ଝିଅର ଚିକିତ୍ସା ପାଇଁ ସର୍ବସ୍ୱ ହରାଇଲେ ବୃଦ୍ଧ ଦମ୍ପତି

ବ୍ରହ୍ମପୁର ୧୬/୦୬ କିଡନୀ ରୋଗରେ ପୀଡ଼ିତ ଥିଲେ ଏକମାତ୍ର ଝିଅଗଞ୍ଜାମ ଜିଲ୍ଲାର ବୃଦ୍ଧ ସହଦେବ ନାହାକ ଏବଂ ତାଙ୍କ ପତ୍ନୀଙ୍କର ଏକମାତ୍ର ଝିଅ ଥିଲେ। ସେ ଦୀର୍ଘ ଦିନ ଧରି ମାରାତ୍ମକ କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ଝିଅର ଦୁଇଟିଯାକ କିଡନୀ ଖରାପ ହୋଇଯାଇଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ ବଡ଼ ମେଡିକାଲରେ ଚିକିତ୍ସା ତଥା କିଡନୀ ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ। ଝିଅର ଚିକିତ୍ସା ପାଇଁ ବିକ୍ରି କଲେ ଘର-ଜମିଝିଅର ଅବସ୍ଥା ଦେଖି ବୃଦ୍ଧ ବାପା-ମା’ ସ୍ଥିର ହୋଇରହିପାରିନଥିଲେ। ମେଡିକାଲ ଖର୍ଚ୍ଚ ଏବଂ ମହଙ୍ଗା ଔଷଧ ପାଇଁ ସେମାନଙ୍କ ପାଖରେ ଥିବା ସମସ୍ତ ଜମାପୁଞ୍ଜି ଶେଷ ହୋଇଯାଇଥିଲା। ଶେଷରେ ଝିଅର ଜୀବନ ବଞ୍ଚାଇବା ଆଶାରେ ସହଦେବ ନିଜର ରହୁଥିବା ଘର, ଚାଷ ଜମି ଏବଂ ଯାହା କିଛି ସମ୍ପତ୍ତି ଥିଲା ସବୁ ବିକ୍ରି କରିଦେଇଥିଲେ।ସବୁ ଉଜୁଡ଼ିଗଲା, ବଞ୍ଚିଲାନି ଝିଅର ଜୀବନଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଏବଂ ନିଜର ସର୍ବସ୍ୱ ବିକ୍ରି କରିବା ପରେ ମଧ୍ୟ ଭାଗ୍ୟ ସେମାନଙ୍କ ସାଥ୍ ଦେଲାନାହିଁ। ଚିକିତ୍ସାଧୀନ ଅବସ୍ଥାରେ ଝିଅଟି ଶେଷ ନିଶ୍ୱାସ ତ୍ୟାଗ କଲା। ଝିଅର ମୃତ୍ୟୁ ପରେ ବୃଦ୍ଧ ଦମ୍ପତି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଲେ। ସେମାନେ ନିଜ ସନ୍ତାନକୁ ତ ହରାଇଲେ, ତା’ ସହିତ ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ମଧ୍ୟ ହରାଇ ବସିଲେ।ପରିତ୍ୟକ୍ତ ସ୍କୁଲ ଗୃହରେ ଏବେ ଆଶ୍ରୟନିଜର ଘର-ଦ୍ୱାର ବିକ୍ରିହୋଇଯାଇଥିବାରୁ ଏବଂ ସାହାଯ୍ୟ କରିବାକୁ କେହି ନଥିବାରୁ, ଏହି ବୃଦ୍ଧ ଦମ୍ପତି ଏବେ ଏକ ପରିତ୍ୟକ୍ତ ସରକାରୀ ସ୍କୁଲ ଗୃହରେ ଆଶ୍ରୟ ନେଇଛନ୍ତି। ସେହି ଭଙ୍ଗା ଦଦରା ଓ ସେଲର ମାଟି ଚଟାଣରେ ସେମାନେ ନିଜର ଦିନ କାଟୁଛନ୍ତି।ସରକାରୀ ସାହାଯ୍ୟକୁ ଚାହିଁ ରହିଛନ୍ତି ବୃଦ୍ଧ ଦମ୍ପତିଏହି ବୟସରେ ଚାଷ କିମ୍ବା ଶ୍ରମିକ କାମ କରିବା ସେମାନଙ୍କ ପାଇଁ ସମ୍ଭବ ହେଉନାହିଁ। ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ମଧ୍ୟ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନେ କୌଣସି ମତେ ବଞ୍ଚିଛନ୍ତି। ଏହି ବୃଦ୍ଧ ଦମ୍ପତିଙ୍କର ଦୟନୀୟ ପରିସ୍ଥିତି ଦେଖି ଗ୍ରାମବାସୀ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ଆବାସ ଯୋଜନାରେ ଘରଟିଏ ଏବଂ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ବିରୋ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button