ଓଡିଶା
..*କେରଳକୁ ଚାଲାଣ ହେଉଥିଲା ୧୦୦ ଗୋରୁ: ପୋଲିସ ପଞ୍ଝାରେ ୪ ଗୋଚାଲାଣକାରୀ ଗିରଫ..*

ଭଞ୍ଜନଗର ୨୫/୦୬ (ବ୍ୟୁରୋ):ରାଜ୍ୟ ବାହାରକୁ ଗୋରୁ ଚାଲାଣର ଏକ ବଡ଼ ଯୋଜନାକୁ ପଣ୍ଡ କରିଛି ଭଞ୍ଜନଗର ପୋଲିସ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଏନ ହେଚ -୧୫୭ )ର ବାଇପାସ୍ ରାସ୍ତା ନିକଟରେ ଚଢ଼ାଉ କରି ପୋଲିସ ୪ ଜଣ ଗୋ ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କ କବଳରୁ କ୍ରୂର ଭାବେ ଚାଲାଣ କରାଯାଉଥିବା ପ୍ରାୟ ୧୦୦ଟି ଗୋରୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ଗୋରୁଗୁଡ଼ିକୁ ଘୋଳପୁରରୁ ବାଇବାଲି ଦେଇ କେରଳକୁ ବିକ୍ରି ପାଇଁ ପଠାଇବାକୁ ପ୍ରସ୍ତୁତି କରୁଥିଲେ। ଗିରଫ ଚାରି ଅଭିଯୁକ୍ତ ଲକ୍ଷ୍ମଣ, ପ୍ରକାଶ, ବୁଦ୍ଧଦେବ ଏବଂ ଗଣେଶଙ୍କ ବିରୋଧରେ ଭଞ୍ଜନଗର ଥାନାରେ ଭାରତୀୟ ନ୍ୟାୟ ସଂହିତା ଏବଂ ପଶୁ କ୍ରୂରତା ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ବେଆଇନ କାରବାର ପଛରେ ଆଉ କାହାର ହାତ ଅଛି, ସେ ନେଇ ଏଏସଆଇ ବି. ବେହେରା ଘଟଣାର ଅଧିକ ଖୋଳତାଡ଼ କରୁଛନ୍ତି।



