କଟକରେ ଚାଞ୍ଚଲ୍ୟ: ଚାଉଳିଆଗଞ୍ଜ ଥାନା IIC ବ୍ୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର

କଟକ, ୪ ଜୁଲାଇ: କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ପରିସରସ୍ଥ ସରକାରୀ କ୍ୱାର୍ଟର୍ସରୁ ଚାଉଳିଆଗଞ୍ଜ ଥାନାର IIC ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ପୁଲିସ ବିଭାଗରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ସୂଚନା ଅନୁଯାୟୀ, ଶନିବାର ସକାଳେ ସେ ନିୟମିତ କାର୍ଯ୍ୟରେ ଯୋଗ ନ ଦେବାରୁ ସହକର୍ମୀମାନେ ସନ୍ଦେହ କରିଥିଲେ। ପରେ କ୍ୱାର୍ଟର୍ସର କବାଟ ଖୋଲି ଦେଖିବା ବେଳେ ବ୍ୟୁଟି ମହାନ୍ତିଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ତୁରନ୍ତ ତାଙ୍କୁ ଏସ ସି ବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶବକୁ ବ୍ୟବଛେଦ ପାଇଁ ପଠାଯାଇଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।ଉଲ୍ଲେଖଯୋଗ୍ୟ, ବ୍ୟୁଟି ମହାନ୍ତି ପୂର୍ବରୁ ଗଞ୍ଜାମ ଜିଲ୍ଲା ପୋଲସରା ଥାନାରେ ସବ୍-ଇନସ୍ପେକ୍ଟର (ଏସ ଆଇ ) ଭାବେ କାର୍ଯ୍ୟରତ ଥିଲେ। ପରବର୍ତ୍ତୀ ସମୟରେ ସେ ବିଭିନ୍ନ ଥାନାରେ ଦାୟିତ୍ୱ ନିର୍ବାହ କରି ଚାଉଳିଆଗଞ୍ଜ ଥାନାର ଆଇ ଆଇ ସି ଭାବେ କାର୍ଯ୍ୟ କରୁଥିଲେ।
ବିରୋ ରିପୋର୍ଟ ଶ୍ରୀ ନ୍ୟୁଜ



