ଓଡିଶା

ଗଞ୍ଜାମ ରେ ପ୍ରସିଦ୍ଧ ଗାଲେରି କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି: ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟ୍

ଭଞ୍ଜନଗର, ୦୫/୦୭: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତାରାସିଂ ଥାନା ଅନ୍ତର୍ଗତ ପ୍ରସିଦ୍ଧ ଗାଲେରି କାଳୀ ମନ୍ଦିରରୁ ଗତ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଯାଇଛି।ଗତକାଲି ରାତିରେ ପୂଜକ ପ୍ରତିଦିନ ଭଳି ପୂଜାର୍ଚ୍ଚନା ସାରି ମନ୍ଦିରର ମୁଖ୍ୟ କବାଟ ବନ୍ଦ କରି ନିଜ ଘରକୁ ଯାଇଥିଲେ। ତେବେ ଆଜି ସକାଳେ ସେ ପୁଣି ଥରେ ମନ୍ଦିରକୁ ଆସିବା ବେଳକୁ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ମା’ଙ୍କର ସମସ୍ତ ଦାମୀ ସୁନା ଓ ରୁପା ଅଳଙ୍କାର ସମେତ ଦାନବାକ୍ସରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।ପୋଲିସର ତଦନ୍ତ ଜାରି:ପୂଜକଙ୍କ ଦ୍ୱାରା ଖବର ପାଇ ଗ୍ରାମବାସୀମାନେ ମନ୍ଦିର ପରିସରରେ ରୁଣ୍ଡ ହୋଇଥିଲେ। ଏହାପରେ ତାରାସିଂ ଥାନା ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିବା ସହ ଚୋରମାନଙ୍କୁ ଧରିବା ପାଇଁ ଖୋଳତାଳ ଆରମ୍ଭ କରିଛି

ଗଞ୍ଜାମ ରୁ ରଂଜିତ ଜେନା ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button