ଓଡିଶାସ୍ୱାସ୍ଥ୍ୟ

କ୍ୟାନ୍ସର ଚିକିତ୍ସାରେ ଗନ୍ଧମାର୍ଦ୍ଦନର କମାଲ: ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ମିଳିଲା ବଡ଼ ସଫଳତା

ଦୁର୍ଲଭ ଔଷଧୀୟ ଉଦ୍ଭିଦରୁ ପ୍ରସ୍ତୁତ ହେଲା ହର୍ବାଲ ଫର୍ମୁଲା, ମୂଷା ଦେହରୁ ଗାୟବ ହେଲା ଟ୍ୟୁମର; କେମୋଥେରାପି ପରି ନାହିଁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା।

 

​ଓଡିଶା (ରବୀନ ବିଶେଷ ପ୍ରତିନିଧି, ସମ୍ବଲପୁର):ମାରାତ୍ମକ କ୍ୟାନ୍ସର ରୋଗର ଚିକିତ୍ସା କ୍ଷେତ୍ରରେ ଓଡ଼ିଶାର ଗବେଷକଙ୍କୁ ମିଳିଛି ଏକ ଐତିହାସିକ ସଫଳତା। ଆୟୁର୍ବେଦର ଗନ୍ତାଘର କୁହାଯାଉଥିବା ଗନ୍ଧମାର୍ଦ୍ଦନ ପାହାଡ଼ର ଦୁର୍ଲଭ ଚେରମୂଳ ଏବେ ସାରା ବିଶ୍ୱକୁ କ୍ୟାନ୍ସର ମୁକ୍ତ କରିବା ପାଇଁ ନୂଆ ଆଶା ସଞ୍ଚାର କରିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ବିଭାଗ ର ଗବେଷକମାନେ ଏହି ଚମତ୍କାରୀ ‘ପଲିହର୍ବାଲ ଆଣ୍ଟିକ୍ୟାନ୍ସର ଫର୍ମୁଲେସନ୍’ ବିକଶିତ କରିଛନ୍ତି।୨୦୧୯ ମସିହାରୁ ସ୍ଥାନୀୟ ଅଭିଜ୍ଞ ବୈଦ୍ୟମାନଙ୍କ ପରାମର୍ଶ କ୍ରମେ ପ୍ରାୟ ୫୦ ପ୍ରକାରର ଗଛକୁ ନେଇ ଗବେଷଣା ଚାଲିଥିଲା। ସେଥିମଧ୍ୟରୁ ୫ଟି ସ୍ୱତନ୍ତ୍ର ଔଷଧୀୟ ଗଛର ମିଶ୍ରଣରେ ଏହି ଔଷଧ ପ୍ରସ୍ତୁତ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହାର ‘ଆନିମଲ୍ ଟ୍ରାଏଲ୍’ (ମୂଷାଙ୍କ ଉପରେ ପରୀକ୍ଷା) କରାଯାଇ ଶତପ୍ରତିଶତ ସଫଳତା ମିଳିଛି। ମୂଷା ଶରୀରରେ କ୍ୟାନ୍ସର ସେଲ୍ ଇଞ୍ଜେକ୍ଟ କରି ଟ୍ୟୁମର ସୃଷ୍ଟି କରାଯାଇଥିବା ବେଳେ, ଏହି ହର୍ବାଲ ଔଷଧ ଦ୍ୱାରା ମାତ୍ର ୩୫ ଦିନ ମଧ୍ୟରେ ଟ୍ୟୁମର ସମ୍ପୂର୍ଣ୍ଣ ଭଲ ହୋଇଯାଇଛି।ସବୁଠାରୁ ବଡ଼ କଥା ହେଉଛି, ଆଧୁନିକ କେମୋଥେରାପି ଭଳି ଏହି ପ୍ରାକୃତିକ ଔଷଧର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ମୂଷା ଉପରେ ସଫଳତା ପରେ ଏବେ ଖୁବଶୀଘ୍ର ମଣିଷଙ୍କ ଉପରେ ଏହାର କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ ହେବାକୁ ଯାଉଛି, ଯାହା ଆଗାମୀ ଦିନରେ କ୍ୟାନ୍ସର ରୋଗୀଙ୍କ ପାଇଁ ଏକ ବରଦାନ ସଦୃଶ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button