ଓଡିଶା

ଭୁବନେଶ୍ୱର ବିମାନବନ୍ଦରରୁ ୫ କୋଟିର ଗଞ୍ଜେଇ ଜବତ: ବ୍ୟାଙ୍କକକ୍‌ରୁ ଆସୁଥିଲା ବେଆଇନ ଚାଲାଣ, ୨ ଗିରଫ

ରାଜଧାନୀ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର (BPIART)ରେ ଏକ ବଡ଼ଧରଣର ନିଶା କାରବାରର ପର୍ଦ୍ଦାଫାଶ ହୋଇଛି। ବିଦେଶରୁ ଓଡ଼ିଶାକୁ ବେଆଇନ ଭାବେ ଚାଲାଣ ହେଉଥିବା ପ୍ରାୟ ୫ କୋଟି ଟଙ୍କାର ଗଞ୍ଜେଇ (Hydroponic Weed) କୁ ଜବତ କରିଛି ଡିରେକ୍ଟୋରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI)। ଏହି ଘଟଣାରେ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଧିକ ପଚରାଉଚରା ଜାରି ରହିଛି।ସୂଚନା ଅନୁଯାୟୀ, ବ୍ୟାଙ୍କକକ୍‌ରୁ ଏକ ବିମାନ ଯୋଗେ ଭୁବନେଶ୍ୱରକୁ ବେଆଇନ ଭାବେ ନିଶାଦ୍ରବ୍ୟ ଆଣାଯାଉଥିବା ନେଇ ଡିଆରଆଇ (DRI) କୁ ପୂର୍ବରୁ ଗୋପନୀୟ ସୂତ୍ରରୁ ସୂଚନା ମିଳିଥିଲା। ବିମାନବନ୍ଦରରେ ସମ୍ପୃକ୍ତ ଯାତ୍ରୀମାନେ ପହଞ୍ଚିବା ପରେ, DRI ର ଏକ ସ୍ୱତନ୍ତ୍ର ଟିମ୍ ସେମାନଙ୍କ ଲଗେଜ୍‌କୁ କଡ଼ାକଡ଼ି ଭାବେ ଯାଞ୍ଚ କରିଥିଲେ।ଯାଞ୍ଚ ସମୟରେ ବ୍ୟାଗ୍ ଭିତରୁ ସ୍ୱତନ୍ତ୍ର ଭାବେ ପ୍ୟାକ୍ କରାଯାଇଥିବା ଉଚ୍ଚ ଗୁଣବତ୍ତା ସମ୍ପନ୍ନ ବେଆଇନ ଗଞ୍ଜେଇ ଜବତ କରାଯାଇଥିଲା। ଆନ୍ତର୍ଜାତୀୟ ବଜାରରେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ବିରେ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button