ଓଡଗାଁ ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ‘ରାମଧନୁ ଗେଟ୍’ର ଶୁଭ ପ୍ରତିଷ୍ଠା: ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହର

ଓଡଗାଁ,୧୧/୦୭ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଶ୍ରୀରାମ କ୍ଷେତ୍ର ଓଡଗାଁ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ସମ୍ମୁଖରେ ଏକ ଭବ୍ୟ ଏବଂ ଆକର୍ଷଣୀୟ ‘ରାମଧନୁ ଗେଟ୍’ (ତୋରଣ) ନିର୍ମାଣ ପାଇଁ ଆଜି ଆନୁଷ୍ଠାନିକ ଭାବେ ଶୁଭାନୁକୂଳ କରାଯାଇଛି। ସ୍ଥାନୀୟ ପ୍ରଶାସନ, ମନ୍ଦିର କମିଟି ଏବଂ ଅଞ୍ଚଳର ମାନ୍ୟଗଣ୍ୟବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ବୈଦିକ ରୀତିନୀତି ଏବଂ ମନ୍ତ୍ରୋଚାରଣ ପୂର୍ବକ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।
ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି ବିଶାଳ ରାମଧନୁ ସଦୃଶ ତୋରଣ ନିର୍ମାଣ କରାଯାଉଛି। ଏହି ସୂଚନା ମିଳିବା ପରେ ସ୍ଥାନୀୟ ଶ୍ରଦ୍ଧାଳୁ ଏବଂ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ଏହି ଗେଟ୍ ନିର୍ମାଣ ହେବା ଫଳରେ ଓଡଗାଁ ସହର ତଥା ମନ୍ଦିର ପରିସରର ଶୋଭା ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି।
ଆଜିର ଏହି ଶୁଭ ଦିଆଯିବା କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁ ଶ୍ରୀ ରଘୁନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ନିର୍ମାଣ କାର୍ଯ୍ୟକୁ ଖୁବ୍ଶୀଘ୍ର ଏବଂ ସୁଚାରୁ ରୂପେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
ବୁରେ ରିପୋର୍ଟ ଶ୍ରୀ ନ୍ୟୁଜ



