କାରରୁ ଜବତ ହେଲା ୩୬ କିଲୋରୁ ଅଧିକ ଗଞ୍ଜେଇ : ଜଣ ଗିରଫ

ଭଞ୍ଜନଗର ୧୨/୦୭ ଭଞ୍ଜନଗର ପୋଲିସ ରୁ ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ୧୧./୦୭.ମଧ୍ୟାହ୍ନ ପ୍ରାୟ ୧୨.୩୦ ସମୟରେ ଏସ୍.ଆଇ. ଏଲ୍.ଡି. ମହାନ୍ତି ଅନ୍ୟ ପୋଲିସ କର୍ମଚାରୀଙ୍କ ସହପାଟ୍ରୋଲିଂରେ ବାହାରିଥିଲେ। ଅପରାହ୍ନ ପ୍ରାୟ ୧.୫୫ ସମୟରେ ମୁଜାଗଡା ଗ୍ରାମ ନିକଟରେ ଡ୍ୟୁଟି କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ରୂପା ରଙ୍ଗର ‘ଭିଡବ୍ଲୁ ଭେଣ୍ଟୋ କାର୍ (ନଂ-ଓ ଡି ୧୪ଡି ୩୮୩୯) ପୋଲିସକୁ ଦେଖି ହଠାତ୍ ପଛକୁ ବୁଲାଇ ଫେରିଯିବାକୁ ଚେଷ୍ଟା କରିଥିଲା।ପୋଲିସ ସନ୍ଦେହରେ କାରଟିକୁ ଗୋଡ଼ାଇ ଧରିଥିଲା ଏବଂ ଗାଡ଼ି ଭିତରୁ ଦୁଇଟି ଜେରି ବ୍ୟାଗ୍ ଉଦ୍ଧାର କରିଥିଲା। ଏହାପରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ସ୍ଥାନୀୟ ସାକ୍ଷୀଙ୍କ ଉପସ୍ଥିତିରେ ଗାଡ଼ିର ତଲାସି ନିଆଯାଇଥିଲା। ତଲାସି ସମୟରେ ପୋଲିସ ସେହି ବ୍ୟାଗ୍ରୁ ପ୍ରଚୁର ପରିମାଣର ଗଞ୍ଜେଇ ଜବତ କରିଥିଲା। ଜବତ ହୋଇଥିବା ସାମଗ୍ରୀଗୁଡ଼ିକ ହେଲା:୩୬.୮୧୦ କିଲୋଗ୍ରାମ ବେଆଇନ ଗଞ୍ଜେଇ ଗୋଟିଏ ରୂପା ରଙ୍ଗର ‘vw ଭେଣ୍ଟୋ’ କାର୍ (ରେଜିଷ୍ଟ୍ରେସନ ନଂ-ଓଡି ୧୪ ଡି ୩୮୩୯) ରୁ ସମସ୍ତ ଗଞ୍ଜେଇ ସହ କାର୍କୁ ଜବତ କରିଛି)।ପୋଲିସ ଗାଡ଼ି ଚାଳକ ସନ୍ତୋଷ କୁମାର ଆଲଟିଆଙ୍କୁ ଗିରଫ କରିବା ସହ ଏହି ବେଆଇନ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।
ଗଞ୍ଜାମ ରୁ ରଂଜିତ ଜେନା ଙ୍କ ରିପୋର୍ଟ



