ଓଡିଶା

ପୁଣି ଭଞ୍ଜନଗର ସୋରା଼ଦେବୀ ମନ୍ଦିର ରୁ ଚୋରି ଉଦ୍ୟମ : କିନ୍ତୁ ବିଫଳ

ଭଞ୍ଜନଗର ୧୩/୦୭ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନସ୍ଥ ଫୁଲବାଣୀ ରାସ୍ତା ରେ ଥିବା ପ୍ରସିଦ୍ଧ ମା’ ସୋରଦେବୀ ମନ୍ଦିର ରେ ଗତକାଲି ରାତିରେ ଜଣେ ଦୁର୍ବୁତ୍ତ ତାଲା ଭାଙ୍ଗିବା ପାଇଁ ବହୁ ଚେଷ୍ଟା କରିବା ପରେ ବିଫଳ ହେଇଥିବା ଜଣାପଡିଛି ସିସି ଟିଭି ଫୁଟେଜ ରୁ। ତାଲା ଭାଙ୍ଗିଲା ବେଳେ ତାଲା ନ ଭାଂଗିବାରୁ କବାଟ କୁ ଜୋର ରେ ଗୋଇଠା ମାରିଥିଲା କବାଟ ନ ଭାଙ୍ଗିବାରୁ ସିସି ଟିଭି ର କ୍ୟାମେରା କୁ ଭାଙ୍ଗିଦେଇଥିବା ଜଣାପଡିଛି।ପୂର୍ବରୁ ଦୁଇ ଥର ମନ୍ଦିର ରୁ ଚୋରୀ ହେଇଥବା ବେଳେ ଏ ଥର ଚୋର ବିଫଳ ହେଇଥିବା ସି ସି ଟିଭି ଫୁଟେଜ ରୁ ଜଣା ପଡିଛି। ମା’ ଙ୍କ ମନ୍ଦିର ରୋଷେଇ ଘର ର କବାଟ ର ଚାବି ଭାଙ୍ଗିବା ପରେ ଵି କିଛି ସାମଗ୍ରୀ ଚୋରୀ ହେଇନି ବୋଲି ସଭାପତି କହିଛନ୍ତି। ସଭାପତି କହିଛନ୍ତି ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାଧିକାରୀ ଜୀବନାନନ୍ଦ ଜେନା ତାଙ୍କ କର୍ମଚାରି ଙ୍କୁ ସିସି ଟିଭି ଯାଞ୍ଚ କରିବାକୁ ମନ୍ଦିର କୁ ପଠାଇବେ ବୋଲି କହିଛନ୍ତି।
ଦକ୍ଷିଣାଞ୍ଚଳ ସ୍ୱତନ୍ତ୍ର ପ୍ରତିନିଧି ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସହିତ ରଂଜିତ ଜେନା ଙ୍କ ରିପୋର୍ଟ ଶ୍ରୀ ନିୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button