ଓଡିଶା

ବାଜିଲା ଖବର ତେଜିଲା ପ୍ରଶାସନ : ଖବର ର ୪୮ ଘଣ୍ଟା ପରେ ହିଁ ପ୍ରଶାସନ ର ତତ୍ପରତା

​ଲୋକଙ୍କ ସମସ୍ୟା ଆମର ପ୍ରାଥମିକତା, ତଥା ଲୋକଙ୍କ ସ୍ୱର ସାଜିବା ଆମର କର୍ତ୍ତବ୍ୟ। ଗୋଟିଏ ପଟେ ବାଇପାସ୍‌ର ବେହାଲ୍ ଅବସ୍ଥା, ଅନ୍ୟପଟେ ନାହିଁ ନଥିବା ଦୁର୍ଦ୍ଦଶା! ଛୋଟ ଶିଶୁଟିଏ ହେଉ କି ବୃଦ୍ଧ, ଏହି ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ କରିବାକୁ ସମସ୍ତେ ବାଧ୍ୟ ହେଉଥିଲେ। ଦୈନନ୍ଦିନ ହଇରାଣ ହେଉଥିଲେ ଶହ ଶହ ପଥଚାରୀ।​ଏହି ଦୟନୀୟ ଚିତ୍ରକୁ ଆମେ ଆପଣଙ୍କ ପ୍ରିୟ ‘ଶ୍ରୀ ନ୍ୟୁଜ୍’ରେ ପ୍ରମୁଖତାର ସହ ପ୍ରସାରଣ କରିଥିଲୁ। ଆଉ ଆମ ଖବରର ଦେଖିବାକୁ ମିଳିଛିଖବର ପ୍ରସାରଣ ହେବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ନିନ୍ଦ ଭାଙ୍ଗିଛି ପ୍ରଶାସନର। ଯେଉଁ ବାଇପାସ୍ ରାସ୍ତାରେ ଗୋଡ଼ କାଢ଼ିବା ମୁସ୍କିଲ୍ ଥିଲା, ଯେଉଁଠି ପ୍ରତିମୁହୂର୍ତ୍ତରେ ଦୁର୍ଘଟଣାର ଭୟ ଘାରୁଥିଲା, ସେଠାରେ ଏବେ ଗଡ଼ୁଛି ଗାଡ଼ି। ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରି ବାଇପାସ୍ ରାସ୍ତାର ମରାମତି କାର୍ଯ୍ୟ ଶେଷ କରିଛି।
​ରେ ଯିବାକୁ ଲୋକେ ଭୟ କରୁଥିଲେ, ଆଜି ସେହି ରାସ୍ତାରେ ଯାତାୟାତ ସହଜ ହୋଇପାରିଛି। ଆମ ଖବର ପ୍ରସାରଣ ପରେ ପ୍ରଶାସନର ଏହି ତ୍ୱରିତ ପଦକ୍ଷେପ ପାଇଁ ଅଞ୍ଚଳବାସୀ ‘ଶ୍ରୀ ନ୍ୟୁଜ୍’କୁ ସାଧୁବାଦ ଜଣାଇଛନ୍ତି।
​ “ଏହି ରାସ୍ତାରେ ଯାତାୟାତ କରିବା ବହୁତ କଷ୍ଟକର ଥିଲା, ପିଲା ଓ ବୃଦ୍ଧମାନେ ବହୁତ ହଇରାଣ ହେଉଥିଲେ। ‘ଶ୍ରୀ ନ୍ୟୁଜ୍’ରେ ଏହି ଖବର ଆସିବା ପରେ ମାତ୍ର ୪୮ ଘଣ୍ଟାରେ ରାସ୍ତା ମରାମତି ହୋଇଗଲା। ‘ଶ୍ରୀ ନ୍ୟୁଜ୍’ ଆପଣଙ୍କ ବିଶ୍ୱାସ ହିଁ ଆମର ଶକ୍ତି ଜନସାଧାରଣଙ୍କ ସମସ୍ୟାକୁ ପ୍ରଶାସନ ପାଖରେ ପହଞ୍ଚାଇବା ଏବଂ ତାହାର ସମାଧାନ କରିବା ‘ଶ୍ରୀ ନ୍ୟୁଜ୍’ର ସଦାସର୍ବଦା ପ୍ରୟାସ ରହିଛି।

ଭଞ୍ଜନଗର ରୁ ଶ୍ରୀ ନ୍ୟୁଜ ବ୍ୟୁରୋ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button