ଓଡିଶା

ରକ୍ତଦାନ କ୍ଷେତ୍ରରେ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପୁରସ୍କୃତ

ବେଲଗୁଣ୍ଠା୧୦/୦୮:ଆଂଚଳିକ ସ୍ନାତକ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖା ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯୨
ୟୁନିଟ୍ ରକ୍ତ ସଂଗ୍ରହକରି ବ୍ଲଡ଼ ପ୍ରଦାନ କରିଥିବାରୁ ଭାରତୀୟ ରେଡ଼କ୍ରସ୍ ସୋସାଇଟ – ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ପୁରସ୍କୃତ କରାଯାଇଛି। ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଠାରେ ଅନୁଷ୍ଠିତ ଗଂଜାମ ଜିଲ୍ଲା ଯୁବ ରେଡକ୍ରସ୍ କାର୍ଯ୍ୟ କାରିଣୀ ବୈଠକ ରେ ଭାରତୀୟ ଯୁବ ରେଡକ୍ରସ୍ ଓଡିଶା ରାଜ୍ୟ ଶାଖା ସଂଯୋଜକ ଡ ଗୋପାଳ କୃଷ୍ଣ ମିଶ୍ର, ଗଂଜାମ ଜିଲ୍ଲା ଯୁବ ରେଡକ୍ରସ୍ ଚେୟାରମେନ ଡଃ ଅଜୟ ତ୍ରିପାଠୀ, କନଭେନର ସଂପାଦକ ଡଃ ମିଲିମିତା ପାଢ଼ୀ, ଜିଲ୍ଲା ସଂଯୋଜକ ଡଃ ଜଗଦୀଶ ପାଲ, ପ୍ରାକ୍ତନ ଜିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ତରଫରୁ ଅଧ୍ୟକ୍ଷ ଡଃ ଗିରୀଧର ନାୟକ ଏବଂ ଯୁବ ରେଡକ୍ରସ୍ ପରାମର୍ଶ ଦାତା ଡଃ ସଂଜୀବ ଦାସ ଟ୍ରଫି ଗ୍ରହଣ କରିଥିଲେ। ଉକ୍ତ ସଫଳତା ର ଶ୍ରେୟ ସମସ୍ତ କର୍ମଚାରୀ ଙ୍କ ସହଯୋଗ ରୁ ସମ୍ଭବ ବୋଲି ଅଧ୍ୟକ୍ଷ ଡଃ ନାୟକ ମତ ରଖିଥିଲେ।

ବେଲଗୁଣ୍ଠା ରୁ ଶିବରାମ ଚୌଧୁରୀ ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button