ଓଡିଶା

ଋଷିକୁଲ୍ୟା ସୁରକ୍ଷା ଓ ଗୋପାଳ ସମିତିର ମହାଗର୍ଜନ

ଭଞ୍ଜନଗର ୧୧/୦୮:ଗଞ୍ଜାମ ଜିଲ୍ଲା ସୋରଡାରେ ସୂଚନା ଆଇନ ଅନୁସାରେ ସୋରଡା ତହସିଲ ଅଧୀନରେ ତିନିହଜାର ଉର୍ଦ୍ଵ ଗୋଚର ଭୂମି ଥାଇ ମଧ୍ୟ ଘୁମୁସରୀ ଗୋପାଳଙ୍କୁ ଗାଈଗୋରୁ:ଚାରଣ ଭୂମି ପାଇଁ ଭୀକ୍ଷI ମାଗିବାକୁ ପଡୁଛି I ରାଜ୍ୟର ରାଜସ୍ୱ ମନ୍ତ୍ରୀ, ଗଞ୍ଜାମର ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଏହାର ତୁରନ୍ତ ସମାଧାନ ପାଇଁ ଆଦେଶ କରିଥିଲେ ସୁଧା ଗୋପାଳଙ୍କୁ ଆଜି ଯାଏ ଚରେଇବା ନିମିତ ଗୋଚର ମିଳୁ ନାହିଁ ପିଇବା ପାଇଁ ଋଷିକୁଲ୍ୟା ନଦୀ ମୁହାଣ ଯିବା ରାସ୍ତା ଆବଦ୍ଧ କରିବା ଓ ଜଙ୍ଗଲ ଯିବାରାସ୍ତା ବନ୍ଦ ଫଳରେ ସୋରଡାର ଗୋପାଳ ଓ ଚାଷୀକୁଳଙ୍କ ମନରେ ଆତଙ୍କ ସୃଷ୍ଟି କରିଛି I ଏହାର ପ୍ରତିବାଦରେ ଲକ୍ଷ୍ମୀପୁର, ଜେକେପୁର, ବି କଡାବାଡିର ଶତାଧିକ ଗୋପାଳ ଗୋପାଳୁଣୀ ଜାତୀୟ ରାଜପଥରୁ ରାଲି କରି ତହସିଲ କାର୍ଯ୍ୟIଳୟ ଘେରାଉ କରିଛନ୍ତି I ସ୍ଵାଧୀନ ଦିବସ ପ୍ରସ୍ତୁତି ବୈଠକ ଛାଡି ସୋରଡା ତାହସିଲଦାର ଗୋପାଳ ରାଉତରାୟ ୧୫ ଦିନ ଭିତରେ ତତାବାଲ୍ଲୀ ଓ ଭାଲିଗୋଛା ମଉଜାର ଗୋଚର ବେଦେଖଲ କରାଯିବା ସହିତ ଋଷିକୁଲ୍ୟା ନଦୀ ମୁହାଣରେ ଅସ୍ଥାୟୀ ପ୍ରାଚୀର ହଟାଯିବ I ସରକାରଙ୍କ ଆଦେଶକୁ ତୁରନ୍ତ କାର୍ଯ୍ୟକରିବା ପ୍ରତିଶ୍ରୁତି ଶ୍ରୀ ରାୟ ଦେଇଛନ୍ତି ୧୫ଦିନ ପରେ ଗୋଚର ଜାଗା ରାଜସ୍ଵ ପ୍ରଶାସନ ଚିହ୍ନଟ ନକରନ୍ତି ୬୯ ଜାତୀୟ ରାଜପଥ ରେ ୫୦୦୦ ଗାଈଗୋରୁ ଧରି ଧର୍ମଘଟ କରିବା ପାଇଁ ଗୋପାଳ ନେତା ରିତୁ ଗୌଡ ଓ ନିରାକାର ଗୌଡ ପ୍ରେସ ଇସ୍ତାହାର ଦେଇଛନ୍ତି I
ଗଞ୍ଜାମରୁ ରଂଜିତ ଜେନା ଙ୍କ ରିପୋର୍ଟ, ଶ୍ରୀ ନ୍ୟୁଜ.

Related Articles

Leave a Reply

Your email address will not be published. Required fields are marked *

Back to top button