ଓଡିଶା

ବାକି ଟଙ୍କା ମଗାକୁ କେନ୍ଦ୍ର କରି ଯୋଜନାବଧ ହତ୍ୟାକାଣ୍ଡ ଅଭିଯୋଗ

ଜଗତସିଂହପୁର ୧୦/୦୮:ଜଗତସିଂହପୁର ବାଲିକୁଦା ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତ ଓଳାଶ ଗ୍ରାମର ଭିକାରି ଦାସ ଙ୍କ ପୁଅ ଗୌରାଙ୍ଗ ଦାସ ଦୈନିକ କାମଦାମ କରି ପରିବାର ଗୁଜରାଣ ମେଣ୍ଟାଉଥିଲେ | ନିକଟରେ ଅଳାଭର ପଞ୍ଚାୟତ ଅଳିଆ ଗ୍ରାମର କେତେକ ବ୍ୟକ୍ତି ଙ୍କୁ ସୋଫା କରିଦେବା ଲାଗି ଅଗ୍ରିମ ଟଙ୍କା ଆଣିଥିଲେ | କାଳକ୍ରମେ ଠିକ ସମୟରେ ସୋଫା ଦେଇନଥିଲେ କି ଟଙ୍କା ମଧ୍ୟ୍ୟ ଫେରାଇନଥିଲେ |ଏହାକୁ କେନ୍ଦ୍ରକରି ଅଳିଆ ଗ୍ରାମର ଚାରିଜଣ ଯୁବକ ଗୌରାଙ୍ଗ ଙ୍କ ଘରକୁ ଆସି ପାଟିତୁଣ୍ଡ ଏବଂ ଗାଳିଗୁଲଜ କରିଥିଲେ | ସନ୍ଧ୍ୟାରେ ଗୌରାଙ୍ଗ କାମଧନ୍ଦା ସାରି ଘରକୁ ଫେରୁଥିବା ସମୟରେ ପୂର୍ବ ଯୋଜନା ମୁତାବକ କଟିଜଙ୍ଗା ଛକରେ ଗୌରାଙ୍ଗ ଙ୍କ ସହିତ ଚାରିଜଣ ଯୁବକ ଙ୍କ ର ପାଟିତୁଣ୍ଡ ହୋଇଥିଲା |ତାହାପରେ ଗୌରାଙ୍ଗ ର ଫୋନ ବନ୍ଦ ହୋଇଯାଇଥିଲା |ପରିବାର ଲୋକ ଅନେକ ସ୍ଥାନରେ ଖୋଜାଖୋଜି କରିଥିଲେ ହେଲେ ଗୌରାଙ୍ଗକୁ ପାଇନଥିଲେ | ଆଜି ପୂର୍ବାହ୍ନ ରେ କଟିଜଙ୍ଗା ଛକ ନିକଟରେ ଗୌରାଙ୍ଗ ର ସାଇକେଲ ଗଛକୁ ଡେରା ହୋଇଛି |ସେହି ଗଛରେ ଗୌରାଙ୍ଗ ଫାସୀ ଲଗାଇ ଗଛକୁ ଡେରିହୋଇ ମୃତ୍ୟୁ ବରଣ କରିଥିବା କେତେକ ଲୋକ ଦେଖିବା ପରେ ଗୌରାଙ୍ଗ ର ପରିବାର ଙ୍କୁ ଜଣାଇଥିଲେ | ଗୌରାଙ୍ଗ ସ୍ତ୍ରୀ ସ୍ବର୍ଣ୍ଣପ୍ରଭା ବାଗ ଘଟଣା ସ୍ଥଳରେ ପହଂଚିବା ପରେ ବାଲିକୁଦା ଥାନାରେ ଚାରିଜଣ ଅଭିଯୁକ୍ତ ଙ୍କ ବିରୋଧ ରେ ଲିଖିତ ଅଭିଯୋଗ କରିଥିଲେ |ବାଲିକୁଦା ପୋଲିସ ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ ଚଳାଇଛି | ୨ ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ଅନ୍ୟ ଦୁଇଜଣ ଅଳିଆ ଗ୍ରାମରେ ପଇଁତରା ମାରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button