ଓଡିଶା

ଭଞ୍ଜନଗରରେ ଅଭାବନୀୟ ଘଟଣା: ନିର୍ମାଣଧୀନ କୋଠାରୁ ଖସିପଡି ପ୍ରାଣ ହରାଇଲେ ଘର ମାଲିକ

ଭଞ୍ଜନଗର ୦୫/୦୯: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ୩ ନମ୍ବର ୱାର୍ଡରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ନିଜ ନିର୍ମାଣାଧୀନ ଘର କାମ ଦେଖିବାକୁ ଯାଇଥିବା ବେଳେ ଛାତ ଉପରୁ ଖସିପଡ଼ି ଗୃହକର୍ତ୍ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଟି ଆନନ୍ଦ ରାଓ ପାତ୍ର (୬୪)।
​ମିଳିଥିବା ସୂଚନା ଅନୁସାରେ, ୩ ନମ୍ବର ୱାର୍ଡ ସ୍ଥିତ ନିଜ ନୂତନ ବାସଭବନରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଆନନ୍ଦ ତାହାର ତଦାରଖ କରିବାକୁ ଯାଇଥିଲେ। କାମ ଦେଖୁଥିବା ସମୟରେ ଅସାବଧାନତାବଶତଃ ସେ ଛାତ ଉପରୁ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା।
​ସ୍ଥାନୀୟ ଲୋକେ ଓ ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ତାନାରିତ କରାଯଇଥିଲା ତାଙ୍କ ଅବସ୍ଥା ଗୁରୁତ୍ୱ ର ଥିବାରୁ ସେଠାରୁ କଟକ ନେବା ରାସ୍ତା ହିଁ ତାଙ୍କୁ ମୃତ ହୋଇଯାଇଥିଲା l ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button