ଓଡିଶା

ଜାମିନରେ ଆସିବା ପରେ ମା’ ବ୍ୟାଘ୍ରଦେବୀ ଓ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ଭଞ୍ଜନଗର/କୁଲାଡ଼ (ରଂଜିତ ଜେନା)୦୬/୦୯ :ଜାମିନରେ ବାହାରିବା ପରେ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ସକାଳେ ନିଜ ପରିବାର ସହ ଇଷ୍ଟଦେବୀ ମା’ କୁଲାଡ଼ ବ୍ୟାଘ୍ରଦେବୀଙ୍କ ପୀଠରେ ପହଞ୍ଚି ମାନସିକ ପୂରଣ କରିଛନ୍ତି। ଜେଲରୁ ମୁକ୍ତ ହେବା ପରେ ପ୍ରଥମେ ଇଷ୍ଟଦେବୀଙ୍କ ଦର୍ଶନ କରିବାର ମାନସିକ ଥିବାରୁ ସେ ଆଜି କୁଲାଡ଼ ପୀଠରେ ପହଞ୍ଚି ମା’ଙ୍କ ଆଳତି ଓ ପୂଜା-ଅର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ ସେ ସ୍ଥାନୀୟ ବଡ଼ ଠାକୁର ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରି ପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବିଜେଡିର ଅନେକ ବରିଷ୍ଠ ନେତା ଓ ସମର୍ଥକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋରଡ଼ାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସ୍କା ସାଂସଦ ପ୍ରାର୍ଥନି ରଂଜିତା ସାହୁ, ଭଞ୍ଜନଗର ପୌର ଅଧ୍ୟକ୍ଷ ଗୋପ ମହାପାତ୍ରଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ୧୦ ଜଣ କର୍ପୋରେଟର ଓ ସ୍ଥାନୀୟ ବିଜେଡି ନେତୃବୃନ୍ଦ ଉପସ୍ଥିତ ଥିଲେ। ନେତା ଓ ସମର୍ଥକମାନେ ଉଭୟ ମନ୍ଦିର ପ୍ରାଙ୍ଗଣରେ ପୂର୍ବତନ ବିଧାୟକଙ୍କୁ ସ୍ୱାଗତ ଜଣାଇବା ସହ ଏହି ଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button