ଓଡିଶା

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ କେନ୍ଦ୍ରରେ ନନ୍ଦ ଉତ୍ସବ ଓ ଗୁରୁ ଦିବସ ପାଳିତ .

ବେଲଗୁଣ୍ଠା-୦୬/୦୯, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ଆଜି ନନ୍ଦ ଉତ୍ସବ ଓ ଗୁରୁ ଦିବସ ପାଳିତ ହୋଇଯାଇ ଅଛି କାର୍ଯକ୍ରମ ପ୍ରାରମ୍ଭ ରେ ଶିଶୁ ମାନେ ସମସ୍ତ ଗୁରୁଜୀ ଓ ଗୁରୁମା ମାନଙ୍କୁ ଫୁଲ ଚନ୍ଦନ ଦେଇ ଗୁରୁ ମନ୍ତ୍ର ଉଚ୍ଚାରଣ କରି ପୂଜାଅର୍ଚନା କରିଥିଲେ । ଏହି ଅବସରରେ ଗୁରୁଜୀ ଓ ଗୁରୁମା ମାନେ ଛାତ୍ର ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ଜୀବନ କୁ ସତ୍ ମାର୍ଗ ରେ ନେବା ପାଇଁ ପ୍ରବର୍ତ୍ତାଇ ଥିଲେ। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ର ଶିଶୁ ପ୍ରବେଶ, ପରିଚୟ, ପ୍ରାଙ୍ଗଣ ଓ ପ୍ରଥମ ଶ୍ରେଣୀ ର ଐଶୁ ଙ୍କୁ ନେଇ ଏକ ବେଶ ପ୍ରତିଯୋଗୀତା କରାଯାଇ ଥିଲା ଏଥିରେ ୬୦ ଜଣ ଶିଶୁ ରାଧା ଓ କୃଷ୍ଣ ବେଶ ପରିଧାନ କରି ବିଦ୍ୟାଳୟ ରେ ଉପସ୍ଥିତ ହୋଇ ନିଜ ନିଜ କଳା ପରିବେଷଣ କରିଥିଲେ। ତାହାକୁ ପରଖି ପୁରଷ୍କାର ପ୍ରଦାନ କରାଯାଇଥିଲା। ବିଚାରକ ଭାବେ ସୁନାମ ଧନ୍ୟ ବାଘ ନାଚ କଳାଟକାର ସି ଏଚ୍ ମହେନ୍ଦ୍ର ପାତ୍ର ଓ ସାର୍ପ ଏଯୁକେଶନ ନିର୍ଦ୍ଦେଶକ ସତ୍ୟ ନାରାୟଣ ସିଅ ଯୋଗ ଦେଇ ଏସ ପ୍ରିୟଦର୍ଶନୀ ପାତ୍ର ଙ୍କୁ ପ୍ରଥମ ପୁରଷ୍କାର ହେସମା ପ୍ରଧାନ ଙ୍କୁ ଦିତୀୟ ପୁରଷ୍କାର ଓ ହର୍ଷିତା ପରିଡ଼ା ଙ୍କୁ ତୃତୀୟ ପୁରଷ୍କାର ପ୍ରଦାନ କରିଥିଲେ । ଅନୁଷ୍ଠାନ ର ପ୍ରଧାନ ଅଚର୍ଯ୍ୟା ଶୁଭଶ୍ରୀ ପରିଡ଼ା ସଭାପତିତ୍ୱ କରିଥିବାବେଳେ ଅନୁଷ୍ଠାନ ର ଗୁରୁଜୀ ଶିବରାମ ରାଉତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ସୁକାନ୍ତ ମହାନ୍ତି, ସତ୍ୟ ବେହେରା, ସଂନ୍ଧ୍ୟା ଗୁରୁମା, ମହାଲକ୍ଷ୍ମୀ ଗୁରୁମା ଙ୍କ ସମେତ ଅନ୍ୟାନ୍ୟ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ
ସଂମ୍ପାଦକ ସୁଶାନ୍ତ କୁମାର ବେହେରା ଧନ୍ୟବାଦଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button