ଓଡିଶା

ବେଲଗୁଣ୍ଠାରେ ‘ସମ୍ବାଦ ଆମ -ଓଡ଼ିଶା “ର ଶୁଦ୍ଧ ଓଡ଼ିଆ ଲିଖନ ପରୀକ୍ଷା, ଭାଷାଜ୍ଞାନରେ ଅମିତାଭ, ହସ୍ତାକ୍ଷରରେ ଶ୍ରୀୟା,ଓ ଚିତ୍ରାଙ୍କନରେ ଶ୍ରୀୟାଂସୀ ପ୍ରଥମ

ବେଲଗୁଣ୍ଠା-୬/୯-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ଭବନ ପରିସରରେ ‘ସମ୍ବାଦ ଆମ ଓଡ଼ିଶା’ ତରଫରୁ ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଓ ଓଡ଼ିଆ ଭାଷା ଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ଏବଂ ଓଡ଼ିଆ ଭାଷା ପ୍ରତି ଆଦର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ବିଶାଳ କାର୍ଯ୍ୟକ୍ରମର ଆୟୋଜନ ସମ୍ବାଦ ତରଫରୁ କରାଯାଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର 200 ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।ଏହି ଅବସରରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଚତୁର୍ଥ ଶ୍ରେଣୀ ଛାତ୍ରୀ ଶ୍ରୀୟାଂଶୀ ସାହୁ ପ୍ରଥମ, ସରସ୍ଵତୀ ଶିଶୁ ବିଦ୍ୟା ଭବନର ଦ୍ଵିତୀୟ ଶ୍ରେଣୀ ଛାତ୍ରୀ କ୍ରିତିକା ସ୍ଵାଇଁ ଦ୍ଵିତୀୟ ଏବଂ ପଞ୍ଚମ ଶ୍ରେଣୀ ଛାତ୍ରୀ ସୌମ୍ୟରାଣୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ସରସ୍ଵତୀ ଶିଶୁ ବିଦ୍ୟା ଭବନର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରୀୟା ଗୌଡ ପ୍ରଥମ, ବାଲିଡି ଉପ୍ରା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଲୁସି ଗୌଡ ଦ୍ଵିତୀୟ ଓ ସପ୍ତମ ଶ୍ରେଣୀ ଛାତ୍ରୀ ସିମରନ ରାଉତ ତୃତୀୟ ସ୍ଥାନ ହାସଲ କରିଥିଲେ।ଓଡ଼ିଆ ଭାଷା ଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ସରସ୍ଵତୀ ଶିଶୁ ବିଦ୍ୟା ଭବନର ନବମ ଶ୍ରେଣୀ ଛାତ୍ର ଅମିତାଭ ମହାରଣା ପ୍ରଥମ, ପିଏମ ଶ୍ରୀ ନୋଡାଲ ଜିଟି ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ମୁକ୍ତିମାଳା ପରିଡ଼ା ଦ୍ଵିତୀୟ ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ସାଇଶ୍ରୀ ବଢେଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗିତା ଶେଷରେ ବିଦ୍ୟାଳୟର ସଭାପତି ତଥା ପ୍ରତିଷ୍ଠାତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ରେ ‘ସମ୍ବାଦ ଆମ ଓଡ଼ିଶା’ ପ୍ରତିନିଧି ତଥା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମ୍ବାଦ ସାହିତ୍ୟ ଘର କୋଷାଧ୍ୟକ୍ଷ ତଥା କାଉନ ସିଲର ଏସ ଭାସ୍କର ପାତ୍ର, ଯୁବ ସମାଜସେବୀ ତଥା କାଉନସିଲର ଦିବ୍ୟରଞ୍ଜନ ଦାଶ, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ସମାଜସେବୀ ଭି. ଦେବୀପ୍ରସାଦ ପାତ୍ର, ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ତଥା ସମ୍ବାଦ ସାହିତ୍ୟ ଘର ଉପସଭାପତି ସୂର୍ଯ୍ୟ ନାରାୟଣ ତ୍ରିପାଠୀ,ଯୁବ ସମାଜସେବୀ ରାଜୀବ ଲୋଚନ ସାହୁ,ପ୍ରେସ କ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଶୋୟୀ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସମ୍ବାଦ ସାହିତ୍ୟ ଘର ସମ୍ପାଦକ କାଶୀନାଥ ସାହୁ, କବି ଶିଶିର କୁମାର ସ୍ବାଇଁ ଓ ଶିକ୍ଷକ ସୁରେଶ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶିବରାମ ପ୍ରଧାନ ପରୀକ୍ଷା କେନ୍ଦ୍ର ପରିଚାଳନା କରିଥିବା ବେଳେ ଗୁରୁଜୀ ସରୋଜ ସାହୁ, ଅଧ୍ୟାପକ ରାଧା ମାଧବ ସାହୁ, ପ୍ରମୋଦ ଚନ୍ଦ୍ର ସେଠୀ, କୈଳାସ ଚନ୍ଦ୍ର ସେଠୀ,ଅନୀଷା ସାହୁ, ଆଶାରାଣୀ ନାୟକ, ସୌଦାମିନୀ ପାଣିଗ୍ରାହୀ, ସୁମିତ୍ରା ରାଉତ,ମାମାଜିନୀ ଡାକୂଆ,ସାରଦା ତ୍ରିପାଠି,କ୍ରୀଷ୍ଣା ପ୍ରଧାନ,ରାଜେଶ୍ୱରୀ ସ୍ୱାଇଁ, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର, କ୍ଳବ୍ ୯୯ର ଉପସଭାପତି ସନ୍ତୋଷ କୁମାର ସାହୁ, ସମ୍ପାଦକ ମଧୂସୁଦନ ଦାଶ, ଶିକ୍ଷକ ଝାପଲ ମାରାଣ୍ଡି ପ୍ରମୁଖ ପରୀକ୍ଷା ଓ ମୁଲ୍ୟାଙ୍କନ ପରିଚାଳନା କରିଥିଲେ । ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ, ନାରାୟଣ ପଣ୍ଡା ଓ ମନୋଜ କୁମାର ପାତ୍ର ସହଯୋଗ କରିଥିଲେ, ସମସ୍ତ କାଯ୍ୟକ୍ରମକୁ ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ପରିଚାଳନା କରିଥିଲେ l

ବେଲଗୁଣ୍ଠା ରୁ ଶିବରାମ ଚୌଧୁରୀ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button