ଦୁଷ୍ମନ୍ତଙ୍କ ପରିବାର ଉପରେ ବିପଦର ପାହାଡ଼: ଅଚାନକ ନିଖୋଜ ହେଲେ ସ୍ତ୍ରୀ ସାଗରିକା

ଭୁବନେଶ୍ୱର /ଗଞ୍ଜାମ ୧୧/୦୯: ଭଞ୍ଜନଗର ରେ ଆଜି ଏକ ଦୁଃଖଦ ଏବଂ ଚିନ୍ତାଜନକ ଖବର ସହିତ। ଗଞ୍ଜାମ ଜିଲ୍ଲାର ଜଣାଶୁଣା କବି ସମ୍ରାଟ ମିଡ଼ିଆ କ୍ଲବର ଯୁବ ସାମ୍ବାଦିକ ଦୁଷ୍ମମନ୍ତ ପ୍ରଧାନଙ୍କ ପରିବାର ଉପରେ ବିପଦର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ସ୍ତ୍ରୀ ସାଗରିକା ପ୍ରଧାନ ଅଚାନକ ନିଖୋଜ ହୋଇଯାଇଛନ୍ତି। ଦୁଷ୍ମମନ୍ତ ପ୍ରଧାନ ତାଙ୍କ ମା’ ଏବଂ ସ୍ତ୍ରୀ ସାଗରିକାଙ୍କ ସହ ନାଗାଲାଣ୍ଡର ଡିମାପୁର ଯିବାର କାର୍ଯ୍ୟକ୍ରମ ଥିଲା। ସେଥିପାଇଁ ସେ ନିଜ ମା’ ଓ ସ୍ତ୍ରୀଙ୍କୁ ବ୍ରହ୍ମପୁର ରେଳଷ୍ଟେସନରୁ ସକାଳ ୪:୫୭ ମିନିଟ୍ରେ ଟ୍ରେନ୍ରେ ବସାଇଥିଲେ। ସକାଳ ୧୦:୩୦ ମିନିଟ୍ ପର୍ଯ୍ୟନ୍ତ ଦୁଷ୍ମମନ୍ତ ଉଭୟଙ୍କ ସହ ଯୋଗାଯୋଗରେ ଥିଲେ। ତେବେ କିଛି ସମୟ ପରେ ସ୍ତ୍ରୀ ସାଗରିକାଙ୍କ ଫୋନ୍ ନ ଲାଗିବାରୁ ଦୁଷ୍ମମନ୍ତ ମା’ଙ୍କୁ ଫୋନ୍ କରି ପଚାରିଥିଲେ। ମା’ଙ୍କ କହିବା ଅନୁଯାୟୀ, ସାଗରିକା ଟ୍ରେନ୍ରୁ କେଉଁଆଡ଼େ ଚାଲିଯାଇଛନ୍ତି ଏବଂ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ। ଏହି ସମ୍ବାଦ ପାଇବା ପରେ ବିଚଳିତ ହୋଇ ଦୁଷ୍ମମନ୍ତ ଭଞ୍ଜନଗରରୁ ତୁରନ୍ତ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ସେଠାରେ ପୋଲିସ ସହ ଯୋଗାଯୋଗ କରିବା ପରେ ଯାଜପୁର ଥାନାରେ ଏକ ନିଖୋଜ ମାମଲା (Case) ରୁଜୁ କରିଛନ୍ତି। ବର୍ତ୍ତମାନ ପରିବାର ଲୋକ ଅତ୍ୟନ୍ତ ବ୍ୟସ୍ତ ବିବ୍ରତ ଅବସ୍ଥାରେ ଅଛନ୍ତି। ସାମ୍ବାଦିକମାନଙ୍କୁ ନିବେଦନ ଆମ ସାମ୍ବାଦିକ ଦୁଷ୍ମମନ୍ତ ଭାଇ ଆଜି ଅତ୍ୟନ୍ତ ନିରୁପାୟ ଏବଂ ଅସହାୟ। ସେ ଓଡ଼ିଶାର କୋଣ ଅନୁକୋଣରେ ଥିବା ସମସ୍ତ ସାମ୍ବାଦିକ ଭାଇ, ଗଣପ୍ରତିନିଧି ଏବଂ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି ଯଦି କୌଣସି ବ୍ୟକ୍ତି ସାଗରିକା ପ୍ରଧାନ ଙ୍କ ସମ୍ପର୍କରେ କୌଣସି ଖବର ପାଆନ୍ତି କିମ୍ବା ତାଙ୍କୁ କେଉଁଠାରେ ଦେଖିବାକୁ ପାଆନ୍ତି, ତେବେ ତୁରନ୍ତ ନିମ୍ନଲିଖିତ ନମ୍ବରରେ ଯୋଗାଯୋଗ କରନ୍ତୁ:
ଯୋଗାଯୋଗ ନମ୍ବର:୯୮୬,୯୧୧୪୬୨୦୬୭୦ ଆମ ଚ୍ୟାନେଲ ପକ୍ଷରୁ ଓଡ଼ିଶାର ସମସ୍ତ ସାମ୍ବାଦିକ ଭାଇ ଓ ଜନସାଧାରଣଙ୍କୁ ନମ୍ର ଅନୁରୋଧ, ଏହି ଖବରକୁ ବ୍ୟାପକ ଭାବେ ଶେୟାର କରନ୍ତୁ ଏବଂ ନିଖୋଜ ମହିଳାଙ୍କୁ ଖୋଜିବାରେ ସାହାଯ୍ୟ କରନ୍ତୁ।



