
ଭୁବନେଶ୍ୱର:(ବ୍ୟୁରୋ ରିପୋର୍ଟ ଶ୍ରୀ ନ୍ୟୁଜ ) ୧୦/୦୯:ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆସନ୍ତାକାଲି (୧୧ ସେପ୍ଟେମ୍ବର) ଠାରୁ ଲଗାତାର ୫ ଦିନ ପାଇଁ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବାକୁ ଯାଉଛି। ଧର୍ମଘଟ, ସାପ୍ତାହିକ ଛୁଟି ଏବଂ ପର୍ବପର୍ବାଣି ଯୋଗୁଁ ଆସନ୍ତା ୧୧ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ। ୫ ଦିନିଆ ଛୁଟିର ତାଲିକା:
୧୧ ସେପ୍ଟେମ୍ବର: ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ।
୧୨ ସେପ୍ଟେମ୍ବର: ମାସର ଦ୍ୱିତୀୟ ଶନିବାର ଯୋଗୁଁ ବ୍ୟାଙ୍କ ବନ୍ଦ।
୧୩ ସେପ୍ଟେମ୍ବର: ରବିବାର ସାପ୍ତାହିକ ଛୁଟି।
୧୪ ସେପ୍ଟେମ୍ବର: ପବିତ୍ର ଗଣେଶ ପୂଜା ପାଇଁ ସରକାରୀ ଛୁଟି।
୧୫ ସେପ୍ଟେମ୍ବର: କୃଷି ଭିତ୍ତିକ ଗଣପର୍ବ ନୁଆଁଖାଇ ନିମନ୍ତେ ଛୁଟି।
ଲଗାତାର ୫ ଦିନ ବ୍ୟାଙ୍କ ବନ୍ଦ ରହିବା ଯୋଗୁଁ ସାଧାରଣ ଲୋକଙ୍କ ନଗଦ ଟଙ୍କା କାରବାର, ଚେକ୍ କ୍ଲିୟରାନ୍ସ ଏବଂ ଡ୍ରାଫ୍ଟ ଭଳି ଜରୁରୀ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷ କରି ପର୍ବପର୍ବାଣି ସମୟରେ ATM ଗୁଡ଼ିକରେ ଟଙ୍କା ଶେଷ ହୋଇଯିବାର ସମ୍ଭାବନା ଥିବାରୁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।ତେବେ ଏହି ସମୟ ମଧ୍ୟରେ ନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଏବଂ UPI (Google Pay, PhonePe) ଭଳି ଡିଜିଟାଲ୍ ସେବା ପୂର୍ବପରି ଚାଲୁ ରହିବ। ବ୍ୟାଙ୍କିଂ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ଥିଲେ, ତାହାକୁ ଆଗୁଆ ସାରିନେବାକୁ ଗ୍ରାହକଙ୍କୁ ପରାମର୍ଶ



