ଓଡିଶା

ଭଞ୍ଜନଗରରେ ବଡ଼ ଧରଣର ଗଞ୍ଜେଇ ଜବତ: ୧୨ କ୍ୱିଣ୍ଟାଲ ଗଞ୍ଜେଇ ସହ ୨ ଗାଡ଼ି ଜବତ, ୩ ଗିରଫ

ଭଞ୍ଜନଗରରେ ବଡ଼ ଧରଣର ଗଞ୍ଜେଇ ଜବତ: ୧୨ କ୍ୱିଣ୍ଟାଲ ଗଞ୍ଜେଇ ସହ ୨ ଗାଡ଼ି ଜବତ, ୩ ଗିରଭଞ୍ଜନଗର, ୨୧/୦୯ (ଇଟିସି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ବୁଦୁଲି ମୁଖ୍ୟ ରାସ୍ତାରେ ଚୋରା ଚାଲାଣ ବେଳେ ପ୍ରାୟ ୧୨ କ୍ୱିଣ୍ଟାଲ (୧,୨୦୦ କିଲୋଗ୍ରାମ) ଗଞ୍ଜେଇ ଜବତ କରିଛି ଭଞ୍ଜନଗର ରେଞ୍ଜ୍ ଅବକାରୀ ଦଳ । ଏହି ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଚୋରା ଚାଲାଣରେ ବ୍ୟବହୃତ ଦୁଇଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି ।ମିଳିଥିବା ସୂଚନା ମୁତାବକ, ଗତକାଲି (୨୦.୦୯.୨୦୨୬) ରାତି ପ୍ରାୟ ୭ଟା ୫୦ ମିନିଟ ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲି ମୁଖ୍ୟ ରାସ୍ତାରେ ଏକ ଗଞ୍ଜେଇ ଚୋରା ଚାଲାଣ ନେଇ ଅବକାରୀ ଦଳ ଚଢ଼ାଉ କରିଥିଲା । ଏହି ସମୟରେ ଦୁଇଟି ଗାଡ଼ି (OR-05-AV-0091 ଏବଂ OD-05-AX-7507) ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଟିମ୍ ଏହାକୁ ଧରିବାରେ ସଫଳ ହୋଇଥିଲା ।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଶେଖର ଖଟୁଆ, ମାନସ ନାୟକ ଏବଂ ମନୋରଞ୍ଜନ ନାୟକ । ଅବକାରୀ ବିଭାଗ ପକ୍ଷରୁ ଏକ NDPS ମାମଲା (PR No: 81/2026-27) ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ NDPS ଆକ୍ଟ, 1985 ର ଧାରା 20(b)(ii)(C) ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି । ଏହି ଚୋରା କାରବାର ପଛରେ ଆଉ କାହାର ହାତ ରହିଛି, ସେ ନେଇ ଅବକାରୀ ବିଭାଗ ଅଧିକ ତଦନ୍ତ ଚଳାଇଛି

Related Articles

Leave a Reply

Your email address will not be published. Required fields are marked *

Back to top button