ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଦେଶୀ ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ସହ ୭ ଜଣ ଅପରାଧୀଙ୍କୁ ଗିରଫ କରିଛି ପୋଲିସ

ଭଞ୍ଜନଗର( ରଂଜିତ ଜେନା )୨୧/୦୯: ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଦେଶୀ ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ସହ ୭ ଜଣ ଅପରାଧୀଙ୍କୁ ଗିରଫ କରିଛି ଭଞ୍ଜନଗର ପୋଲିସ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ଭଞ୍ଜନଗର ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ା ଚେକିଂ ଓ ବ୍ଲକିଂ ଜାରି ରହିଥିଲା। ଏହି ସମୟରେ, ଭଞ୍ଜନଗର ଉପକଣ୍ଠ ଭେରଡ଼ା ବସ୍ ସ୍ଟପ୍ ନିକଟରେ କିଛି ଅସାମାଜିକ ଯୁବକ ରୁଣ୍ଡ ହୋଇଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଖବର ପାଇବା ପରେ, ଭଞ୍ଜନଗର ଏଏସଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ସେଠାରେ ଚଢ଼ାଉ କରି ୭ ଜଣ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଛି ଅଭିଯୁକ୍ତମାନଙ୍କ ନିକଟରୁ:୧ଟି ଦେଶୀ ବନ୍ଧୁକ୧ଟି ଖେଳନା ବନ୍ଧୁକ,ଲୁହା ଖଣ୍ଡା,୩ଟି ବାଇକ୍,୬ ବୋତଲ ମଦ ଜବତ କରାଯାଇଛି। ସୂଚନାନୁସାରେ, ଏହି ଅପରାଧୀମାନେ ଅଞ୍ଚଳରେ ବୁଲା ବେପାରୀ ଓ ପରିବା ବେପାରୀଙ୍କୁ ଭୟଭୀତ କରି ଲୁଟପାଟ୍ କରୁଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଭଞ୍ଜନଗରର ଆଜାଦ ନାୟକ, ସୁଶୀଲ କୁମାର ମିଶ୍ର, ବିଭୁ ଜେନା, ମନୋଜ ପାତ୍ର, ରାକେଶ ବିଷୋୟୀ, ଶଙ୍କର୍ଷଣ ପଟ୍ଟନାୟକ ଏବଂ ପଥରପଲ୍ଲୀର ସୁଭମ କୁମାର ସେଠୀ ।ଆଜି ଏକ ପ୍ରେସ ବିବୃତିରେ ଭଞ୍ଜନଗର ଏସଡିପିଓ ଦୀପକ କୁମାର ମିଶ୍ର ଏହି ସୂଚନା ଦେବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସ୍ପଷ୍ଟ କରିଛନ୍ତି।



