ଗଞ୍ଜାମ ଆଡ଼କୁ ମାଡ଼ି ଆସୁଛି ବଡ଼ ବିପତ୍ତି: ୨୩ ଓ ୨୪ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ମାଡି ଆସୁଛି ଗଞ୍ଜାମ ଜିଲ୍ଲା ପାଇଁ ବଡ଼ ବିପତି ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ଏକ ଜରୁରୀ ସାବଧାନତା ମୂଳକ ଖବର ଆସନ୍ତା ୨୩ ଓ ୨୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ଏକ ବଡ଼ ଧରଣର ଲଘୁଚାପ ସୃଷ୍ଟି ହୋଇ ପ୍ରବଳ ଅବପାତର ରୂପ ନେବାକୁ ଯାଉଛି।
ଏହି ସମୟରେ ଘଣ୍ଟା ପ୍ରତି ୫୫ ରୁ ୬୫ କିଲୋମିଟର ବେଗରେ ପବନ ବହିବା ସହିତ ଅତି ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ગଞ୍ଜାମ ଜିଲ୍ଲାପାଳ ସମୁଦ୍ରକୂଳିଆ ଓ ତଳିଆ ଅଞ୍ଚଳର ଲୋକମାନଙ୍କୁ ସମୁଦ୍ର ନିକଟକୁ ନ ଯିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜରୁରୀ ସାବଧାନତା ଓ ସୁରକ୍ଷା ପଦକ୍ଷେପ:-
୧. ସମୁଦ୍ର କୂଳକୁ ଯାଆନ୍ତୁ ନାହିଁ: ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକେ ଆସନ୍ତା କିଛି ଦିନ ପାଇଁ ସମୁଦ୍ର ଭିତରକୁ କିମ୍ବା କୂଳକୁ ଆଦୌ ଯାଆନ୍ତୁ ନାହିଁ।
୨. ସୁରକ୍ଷିତ ସ୍ଥାନରେ ରୁହନ୍ତୁ: ତଳିଆ କିମ୍ବା କଚ୍ଛା ଘରେ ରହୁଥିବା ଲୋକମାନେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ପକ୍କା ଘରକୁ ଚାଲିଆସନ୍ତୁ।
୩. ଜରୁରୀ ସାମଗ୍ରୀ ଗଚ୍ଛିତ ରଖନ୍ତୁ: ପିଇବା ପାଣି, ଶୁଖିଲା ଖାଦ୍ୟ, ଦୀପ, ଟର୍ଚ୍ଚ, ମୋବାଇଲ୍ ପାୱାର ବ୍ୟାଙ୍କ, ଓ ଜରୁରୀ ଔଷଧ ପାଖରେ ଗଚ୍ଛିତ ରଖନ୍ତୁ।
୪. ମିଥ୍ୟ ପ୍ରଚାର ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ: ଗୁଜବରୁ ଦୂରେଇ ରୁହନ୍ତୁ ଏବଂ କେବଳ ସରକାରୀ ଓ ପ୍ରଶାସନିକ ଘୋଷଣା ଉପରେ ବିଶ୍ୱାସ କରନ୍ତୁ।
୫. ବିଜୁଳି ଓ ଖମ୍ବଠାରୁ ଦୂରେଇ ରୁହନ୍ତୁ: ପ୍ରବଳ ପବନ ଯୋଗୁଁ ବିଦ୍ୟୁତ୍ ଖୁଣ୍ଟ କିମ୍ବା ଗଛ ଭାଙ୍ଗିବାର ଭୟ ଥିବାରୁ ବାହାରେ ବୁଲାବୁଲି କରନ୍ତୁ ନାହିଁ।
୬. ସାବଧାନତା ହିଁ ସୁରକ୍ଷା। ପ୍ରଶାସନର ନିୟମ ପାଳନ କରନ୍ତୁ ଏବଂ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ।



