ଓଡିଶା

ସେଲ୍‌ଫି ନିଶା ହେଲା କାଳ: ଟ୍ରେନ୍‌ ଲାଇନ୍‌ରେ ଗଲା ୪ ଯୁବକଙ୍କ ଜୀବନ, ଜଣେ ଗୁରୁତର

 

​​ସେଲ୍‌ଫି ନିଶା ହେଲା କାଳ: ଟ୍ରେନ୍‌ ଲାଇନ୍‌ରେ ଗଲା ୪ ଯୁବକଙ୍କ ଜୀବନ, ଜଣେ ଗୁରୁତ

​ସ୍ପେଶାଲ ରିପୋର୍ଟ, ଗଜପତି / ଗୋଟିଏ ଫଟୋ ଓ ସୋସିଆଲ୍‌ ମିଡିଆ ରିଲ୍‌ସର ନିଶା ନେଇଗଲା ୪ ଜଣ ସୁନ୍ଦର କୋମଳମତି ଯୁବକଙ୍କ ଜୀବନ। ରେଳଧାରଣା ଉପରେ ଚାଲି ଚାଲି ଯିବା ସହ ସେଲ୍‌ଫି ଓ ଫଟୋ ଉଠାଇବା ବେଳେ ଦ୍ରୁତଗତିରେ ଆସୁଥିବା ଟ୍ରେନ୍‌ ଧକ୍କାରେ ୪ ଜଣ ଯୁବକ/ଛାତ୍ରଙ୍କ ଅକାଳରେ ମୃତ୍ୟୁ ଘଟିଛି। ଏହି କାଲଜାପୋଡ଼ା ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ଆହାତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।  ୪ ଜଣ ମୃତକଙ୍କ ନାମ: ବିଶାଖା ରାଓ, ଦିଲ୍ଲୀପ କୁମାର, ଶିବା, ଏବଂ ଶରଥ କୁମାର (ସମସ୍ତଙ୍କ ବୟସ ୧୬ ରୁ ୧୭ ବର୍ଷ)।  ଗୁରୁତର ଆହାତ: ସାଲମନ ରାଜୁ (ଚିକିତ୍ସାଧୀନ)।  ସୂଚନାଯୋଗ୍ୟ ଯେ, ମୃତ ପିଲାମାନେ ନୌପଡ଼ାରୁ ଟେକାଲି ଆଡ଼କୁ ରେଳଧାରଣା ଉପରେ ଚାଲି ଚାଲି ଆସୁଥିଲେ। ସେହି ସମୟରେ ସେମାନେ ଫୋନ୍‌ରେ ସେଲ୍‌ଫି ଓ ଭିଡିଓ କରିବାରେ ବ୍ୟସ୍ତ ଥିଲେ। ଅସାବଧାନତା ହେତୁ ସେମାନେ ପଛପଟୁ ଆସୁଥିବା ଦ୍ରୁତଗାମୀ ରାଜାରାଣୀ ଏକ୍ସପ୍ରେସ୍‌କୁ ଲକ୍ଷ୍ୟ କରିପାରି ନଥିଲେ। ଆଖି ପିଛୁଳାକେ ଟ୍ରେନ୍‌ଟି ସେମାନଙ୍କୁ ଚାପି ଦେଇ ଚାଲିଯାଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।  ଖବର ପାଇ ରେଳବାଇ ପୋଲିସ (GRP) ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଗୁରୁତର ଆହାତ ସାଲମନ ରାଜୁଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।  

Related Articles

Leave a Reply

Your email address will not be published. Required fields are marked *

Back to top button