ଓଡିଶାଦେଶ ବିଦେଶ

ବାତିଲି ହେଲା ୩ ଦିନିଆ ବ୍ୟାଙ୍କ ଧର୍ମଘଟ; ସ୍ୱାଭାବିକ ଭାବେ ଚାଲିବ ସମସ୍ତ ବ୍ୟାଙ୍କ କାର୍ଯ୍ୟ

  1. ଭୁବନେଶ୍ୱର/ନୂଆଦିଲ୍ଲୀ୨୮/୦୯ :ଦେଶର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର। ଚଳିତ ମାସ ୨୮, ୨୯ ଏବଂ ୩୦ ତାରିଖରେ ହେବାକୁ ଥିବା ପ୍ରସ୍ତାବିତ ତିନିଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ଔପଚାରିକ ଭାବେ ବାତିଲ କରାଯାଇଛି। ବ୍ୟାଙ୍କ କର୍ମଚାରୀ ସଂଗଠନ ଏବଂ ପ୍ରବନ୍ଧକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ସଫଳ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଏହି ତିନି ଦିନ ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକ ସ୍ୱାଭାବିକ ଭାବେ ଖୋଲା ରହିବ ଏବଂ ଆର୍ଥିକ କାରବାର ଜାରି ରହିବ।ପୂର୍ବରୁ କର୍ମଚାରୀଙ୍କ ବିଭିନ୍ନ ଦାବିକୁ ନେଇ ଧର୍ମଘଟର ଆହ୍ୱାନ ଦିଆଯାଇଥିଲା, ଯାହାକୁ ନେଇ ଗ୍ରାହକମାନେ ଆଶଙ୍କାରେ ଥିଲେ। ତେବେ ଶେଷ ମୁହୂର୍ତ୍ତରେ ଦାବିଗୁଡ଼ିକ ଉପରେ ସହମତି ପ୍ରକାଶ ପାଇବା ପରେ ସଂଗଠନ ପକ୍ଷରୁ ଧର୍ମଘଟ ପ୍ରତ୍ୟାହାର କରାଯାଇଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଜଣାଇଛନ୍ତି ଯେ, କାଉଣ୍ଟର କାର୍ଯ୍ୟଠାରୁ ଆରମ୍ଭ କରି ଏଟିଏମ୍ ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ସମ୍ପୂର୍ଣ୍ଣ ସକ୍ରିୟ ରହିବ। ଗ୍ରାହକମାନେ ବିନା କୌଣସି ବାଧାରେ ନିଜର ବ୍ୟାଙ୍କିଙ୍ଗ୍ କାର୍ଯ୍ୟ କରିପାରିବେ। ୨୮, ୨୯ ଓ ୩୦ ତାରିଖରେ ବ୍ୟାଙ୍କ ବନ୍ଦ ରହିବ ନାହିଁ। ଟଙ୍କା ଜମା, ଉଠାଣ ଏବଂ ଚେକ୍ କ୍ଲିୟରାନ୍ସ ଭଳି ସମସ୍ତ କାର୍ଯ୍ୟ ସାଧାରଣ ଦିନ ଭଳି ଚାଲିବ।ଆଶ୍ୱସ୍ତି: ପାର୍ବଣ ଋତୁ ପୂର୍ବରୁ ବ୍ୟାଙ୍କ ସେବା ଚାଲୁ ରହିବା ଦ୍ୱାରା ବ୍ୟବସାୟୀ ଓ ସାଧାରଣ ଜନତା ଉପକୃତ ହେବେ।

Related Articles

Leave a Reply

Your email address will not be published. Required fields are marked *

Back to top button