ଓଡିଶା

ବ୍ରହ୍ମପୁରରେ ବଡ଼ ଡକାୟତି ଯୋଜନା ପଣ୍ଡ: ବଡ଼ବଜାର ପୋଲିସ ଦ୍ୱାରା ୫ ଗିରଫ, ବୋମା, ଖଣ୍ଡା ଓ ମୋଟରସାଇକେଲ ଜବତ

ବ୍ରହ୍ମପୁର (ସତ୍ୟ ନାରାୟଣ ):ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବଡ଼ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ଉ କରି ୫ ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ମାରାତ୍ମକ ବୋମା, ଖଣ୍ଡା ଏବଂ ଏକାଧିକ ମୋଟରସାଇକେଲ ଜବତ କରାଯାଇଛି। ପୋଲିସ ର ସୂଚନା ଅନୁସାରେ, ବଡ଼ବଜାର ଥାନା ଅନ୍ତର୍ଗତ ଏକ ସୁନସାନ ସ୍ଥାନରେ ୫ ଜଣ ଯୁବକ ଏକତ୍ରିତ ହୋଇ ଡକାୟତି ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ଏ ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ବଡ଼ବଜାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ତୁରନ୍ତ ଘଟଣାସ୍ଥଳରେ ଚଢ଼ଉ କରିଥିଲେ। ପୋଲିସକୁ ଦେଖି ଅପରାଧୀମାନେ ଖସିପଳାଇବାକୁ ଉଦ୍ୟମ କରିଥିଲେ ହେଁ, ପୋଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିବାରେ ସଫଳ ହୋଇଥିଲା।ଅଭିଯୁକ୍ତମାନଙ୍କ ନିକଟରୁ ଜୀବନ୍ତ ବୋମା, ଧାରୁଆ ଖଣ୍ଡା ଏବଂ ଅପରାଧରେ ବ୍ୟବହୃତ ମୋଟରସାଇକେଲ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ନାମରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି ଗ୍ୟାଙ୍ଗ ପୂର୍ବରୁ ଅନ୍ୟ କୌଣସି ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।ଡକାୟତି ଯୋଜନା କରୁଥିବା ବେଳେ ୫ ଯୁବକ ଗିରଫ, କୋର୍ଟଚାଲାଣକରିଛି l ଅପରାଧୀଙ୍କ ଉପରେ ବ୍ରହ୍ମପୁର ପୋଲିସର କଡ଼ା ନଜର ଶାନ୍ତି ବଜାୟ ରଖିବା ଏବଂ ଅପରାଧୀଙ୍କୁ ସାଇଜ୍‌ କରିବା ପାଇଁ ବ୍ରହ୍ମପୁର ପୋଲିସର ଆକ୍ସନ ମୋଡ୍। ବଡ଼ବଜାର ପୋଲିସ ପ୍ରଶାସନ ଦ୍ୱାରା ୫ ଜଣ ଯୁବକଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ଯୁବକମାନେ ଏକ ବଡ଼ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ବଡ଼ବଜାର ଥାନା ପୋଲିସ ତୁରନ୍ତ ଚଢ଼ଉ କରି ଘଟଣାସ୍ଥଳରୁ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ ବୋମା, ଧାରୁଆ ଖଣ୍ଡା ଏବଂ ମୋଟରସାଇକେଲ ଜବତ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button