ଓଡିଶା

୨୬ବର୍ଷ ପରେ କଂଗ୍ରେସ ଛାଡିଲେ ପୃବର୍ତନ ବ୍ଲକ ସଭାପତି

କୁକୁଡାଖଣ୍ଡି ୧୭/୦୬  ୨୬ ବର୍ଷ ପରେ କଂଗ୍ରେସ ଛାଡ଼ିଲେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପି. ଶିବପ୍ରସାଦ ଦୋରା।କୁକୁଡାଖଣ୍ଡି ମୁକ୍ତେଶ୍ୱର ମନ୍ଦିର ପରିସରରେ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ଘୋଷଣା।ପିସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ।ଦଳୀୟ କର୍ମୀମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଲେ। ୨୦୦୧ ମସିହାରୁ କଂଗ୍ରେସ ଦଳରେ ସକ୍ରିୟ ଭାବେ କାମ କରୁଥିଲେ।ବ୍ରହ୍ମପୁର ଲୋକସଭା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ଦୁଇ ଥର କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରିଥିଲେ।ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ରେ କାମ କରୁଥିଲେ।ଇସ୍ତଫା ପରେ ବିଜେପି ସରକାରର ଦୁଇ ବର୍ଷର କାର୍ଯ୍ୟକାଳକୁ ମଧ୍ୟ ସମାଲୋଚନା କଲେ।ବରିଷ୍ଠ ରାଜନେତା କେ. ମଣି ବାବୁ କହିଲେ, ଏହି ଇସ୍ତଫାର ପ୍ରଭାବ କଂଗ୍ରେସ ଉପରେ ପଡ଼ିପାରେ।ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ମଲ୍ଲିକ, ସଞ୍ଜିବ ପଟ୍ଟନାୟକ, ଏ. ଫକୀର, ବନବାସୀ ପାଢ଼ୀଙ୍କ ସମେତ ଅନେକ କଂଗ୍ରେସ କର୍ମୀ ସମର୍ଥନ ଜଣାଇଲେ।କୁକୁଡାଖଣ୍ଡି ବ୍ଲକ ରାଜନୀତିରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Related Articles

Leave a Reply

Your email address will not be published. Required fields are marked *

Back to top button