ଓଡିଶା
ଛତ୍ରପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତ୍ରିରଙ୍ଗା ରଙ୍ଗୋଲି ଓ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର ୧୨/୦୮: ଆଜି ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତ୍ରିରଙ୍ଗା ରଙ୍ଗୋଲି ଏବଂ ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀ, ଗଞ୍ଜାମ ଆନୁକୂଲ୍ୟରେ ଏକ ଚିତ୍ରକଳା ପ୍ରତିଯୋଗିତା ମନୋଜ୍ଞ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇ ନିଜ ନିଜର କଳା ଓ ସୃଜନଶୀଳତାର ପ୍ରଦର୍ଶନ କରିଥିଲେ। ମାନ୍ୟବର ଜିଲ୍ଲାପାଳ ପ୍ରତିଯୋଗିତା ସ୍ଥଳ ପରିଦର୍ଶନ କରି ସମସ୍ତ କୃତୀ ପ୍ରତିଯୋଗୀଙ୍କ ସହ ଭାବ ବିନିମୟ କରିଥିଲେ। ପ୍ରତିଯୋଗୀମାନଙ୍କର ଉଚ୍ଚକୋଟୀର ଚିତ୍ରକଳା ଓ ରଙ୍ଗୋଲିକୁ ଦେଖି ଜିଲ୍ଲାପାଳ ସେମାନଙ୍କ ସୃଜନଶୀଳତା ଓ କଳାତ୍ମକ ପ୍ରତିଭାର ଭୂୟସୀ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମର ଶେଷରେ ଜିଲ୍ଲାପାଳ ସମସ୍ତ ସଫଳ ଓ ଅଂଶଗ୍ରହଣକାରୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଏହି ଆୟୋଜନ ଦ୍ୱାରା ଅଞ୍ଚଳର ଉଦୀୟମାନ କଳାକାରମାନଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ଏକ ସୁନ୍ଦର ସୁଯୋଗ ମିଳିପାରିଛି।



