ଓଡିଶା
ଭଞ୍ଜନଗର ଅଞ୍ଚଳରେ ଚାଞ୍ଚଲ୍ୟ: ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଭଞ୍ଜନଗର (୧୩/୦୮): ଭଞ୍ଜନଗର ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୪ ବର୍ଷର ନାବାଳିକା ଶିଶୁକୁ ଦୁଷ୍କର୍ମ କରାଯାଇଥିବା ନେଇ ସୂଚନା ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି।ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଗତକାଲି ଶିଶୁଟି ଘର ନିକଟରେ ଥିବା ସମୟରେ ତା ସହିତ ଏହି ବର୍ବରକାଣ୍ଡ ଘଟିଥିଲା। ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ତୁରନ୍ତ ଗୁରୁତର ଅବସ୍ଥାରେ ନାବାଳିକାକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି।
ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି।ଏହି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ କଠୋରରୁ କଠୋରତମ ଦଣ୍ଡ ଦେବା ପାଇଁ ଘର ଲୋକେ ଦାବି କରିଛନ୍ତି। ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
ଗଞ୍ଜାମ ରୁ ରଂଜିତ ଜେନା ଙ୍କ ରିପୋର୍ଟ ଶ୍ରୀନ୍ୟୁଜ



