ଟ୍ରେନ୍ ଧକ୍କାରେ ୧ବୃଦ୍ଧ ଓ ୫ ଗୋରୁ ମୃତ

ନୂଆଗାଁ, ୧୪ ଅଗଷ୍ଟ:ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସଂପଡ଼ା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ଦଶପଲ୍ଲା ଅଭିମୁଖେ ଯାଉଥିବା ଏକ ଟ୍ରେନ୍ ଧକ୍କାରେ ଜଣେ ବୃଦ୍ଧଙ୍କ ସମେତ ୫ଟି ଗାଈଗୋରୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, ଆଜି ସକାଳେ ସଂପଡ଼ା ଗ୍ରାମର ସମ୍ପୃକ୍ତ ବୃଦ୍ଧ ଜଣକ ନିଜର ଗାଈଗୋରୁଙ୍କୁ ଧରି ରେଳ ଧାରଣା ପାର୍ଶ୍ୱ ଦେଇ ଯାଉଥିଲେ। ଏହି ସମୟରେ ଦଶପଲ୍ଲା ଅଭିମୁଖେ ଯାଉଥିବା ଟ୍ରେନଟି ହଠାତ୍ ସେଠାରେ ପହଞ୍ଚି ଯାଇଥିଲା। ଟ୍ରେନର ଗତି ଅଧିକ ଥିବାରୁ ବୃଦ୍ଧ ଓ ଗୋରୁମାନେ ଧାରଣାରୁ ଦୂରେଇ ଯିବା ପୂର୍ବରୁ ଟ୍ରେନଟି ସେମାନଙ୍କୁ ସମ୍ମୁଖରୁ ସଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ବୃଦ୍ଧଙ୍କ ସମେତ ସମସ୍ତ ୫ଟି ଗାଈଗୋରୁଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା।ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଖବର ପାଇ ନୂଆଗାଁ ଥାନା ପୋଲିସ ଓ ରେଳବାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ବିଚିତ୍ର ଏବଂ ଦୁଃଖଦାୟକ ପରିସ୍ଥିତିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
ନୟାଗଡ ରୁ ମାନସ ରଞ୍ଜନ ଙ୍କ ରିପୋର୍ଟ ଶ୍ରୀ ନ୍ୟୁଜ



